ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ– ଦିନଟି ଆପଣଙ୍କ ପାଇଁ କିଛିଟା ଅଶୁଭ ରହିପାରେ। ମନରେ ଅସ୍ଥିରତା ଓ ଭୟ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାଧା ପାଇପାରନ୍ତି ଏବଂ ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି। କୌଣସି ନୂତନ କାର୍ଯ୍ୟ କିମ୍ବା ବଡ଼ ନିଷ୍ପତ୍ତି ନେବାରୁ ନିଜକୁ ଦୂରେଇ ରଖନ୍ତୁ।

ବୃଷ– ଘାତବାର ରହିଛି, ତେଣୁ ସମସ୍ତ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ମନ ବିଚଳିତ ହୋଇପାରେ। ଆୟ ମଧ୍ୟମ ଧରଣର ରହିବ ଏବଂ ପରିବାରରେ କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ମିଥୁନ– ଦିନଟି ଶୁଭ ରହିବ। ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ। ବ୍ୟବସାୟରେ ନିବେଶ କଲେ ଭଲ ଲାଭ ମିଳିପାରେ।

କର୍କଟ– ଚନ୍ଦ୍ର ନିଜ ରାଶିରେ ଥିବାରୁ ମାନସିକ ସ୍ତରରେ ଶକ୍ତିଶାଳୀ ରହିବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ।

ସିଂହ– ଦିନଟି ଆପଣଙ୍କ ପାଇଁ ମନ୍ଦ ବା ଖରାପ ରହିପାରେ। ଶରୀର ଅସୁସ୍ଥ ହେବା ସହ ମାନସିକ ଚାପ ବଢ଼ିବ। ଶିକ୍ଷା କ୍ଷେତ୍ରରେ ଅସୁବିଧା ଦେଖାଦେବ ଏବଂ ଅଯଥା ଖର୍ଚ୍ଚ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡ଼ିପାରେ। ଯାନବାହନ ଚଳାଇବା ସମୟରେ ଅଧିକ ସତର୍କ ରୁହନ୍ତୁ।

କନ୍ୟା– ଘାତବାର ରହିଛି, ତେଣୁ କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ନେଣଦେଣରେ ସାବଧାନ ରୁହନ୍ତୁ ଏବଂ ନିଜର ଗୁପ୍ତ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

ତୁଳା– କର୍ମକ୍ଷେତ୍ରରେ ଉନ୍ନତି ହେବ ଏବଂ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ।

ବିଛା– ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସାମାଜିକ ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳ ହେବେ। ବ୍ୟବସାୟରେ ହଠାତ୍ ଧନ ଲାଭ ହେବାର ଶୁଭ ଯୋଗ ରହିଛି।

ଧନୁ– ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଦୂର ଯାତ୍ରା ଶୁଭ ହେବ। ଶିକ୍ଷା କ୍ଷେତ୍ରରେ ଶୁଭ ସମ୍ବାଦ ମିଳିବ ଏବଂ ଆୟ ବୃଦ୍ଧି ପାଇବ। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ମନ ପ୍ରଫୁଲ୍ଲ ରହିବ।

ମକର– ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ କିଛିଟା ବାଧା ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ଏକାଗ୍ରତାରେ ଅଭାବ ଦେଖାଦେବ। ଆର୍ଥିକ କାରବାର ସମୟରେ ଅଧିକ ସତର୍କ ରୁହନ୍ତୁ।

କୁମ୍ଭ– ଜୀବନସାଥୀଙ୍କ ସହଯୋଗ ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟରେ ନୂତନ ଚୁକ୍ତି ଆର୍ଥିକ ଉନ୍ନତିର ବାଟ ଫିଟାଇବ।

ମୀନ– ଶତ୍ରୁମାନଙ୍କ ଉପରେ ବିଜୟୀ ହେବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳ ହେବେ ଏବଂ ଆର୍ଥିକ ଲାଭ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିବ।

Leave a comment