ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ Amazonର Great Indian Festival Sale
ଫେଷ୍ଟିଭ୍ ସିଜନକୁ ନେଇ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଆରମ୍ଭ ହୋଇଛି ପ୍ରସ୍ତୁତି । Flipkart ପରେ ଏବେ Amazon ମଧ୍ୟ ଘୋଷଣା କରିଛି ନିଜର ଫେଷ୍ଟିଭ୍ ସିଜନ୍ ସେଲ୍ । Amazonର Great Indian Festival Sale ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ । ତେବେ Prime ମେମ୍ବରଙ୍କ ପାଇଁ ଏହି ସେଲ୍ ଗୋଟିଏ ଦିନ ଆଗରୁ, ଅର୍ଥାତ୍ ଅକ୍ଟୋବର ୭ରୁ ଲାଇଭ୍ ହେବ । ଏହି ସେଲରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ହୋମ୍ ଆପ୍ଲାଏନ୍ସେସ୍ ସମେତ ଅନେକ ପ୍ରଡକ୍ଟରେ ମିଳିବ ବଡ଼ ଡିସକାଉଣ୍ଟ । କମ୍ପାନୀ ପକ୍ଷରୁ ସେଲର ବ୍ୟାଙ୍କ ଅଫରଗୁଡ଼ିକ ମଧ୍ୟ ଘୋଷଣା କରାଯାଇଛି ।
ବ୍ୟାଙ୍କ ଅଫରରେ ମିଳିବ ଡିସକାଉଣ୍ଟ:
Amazonର Great Indian Festival Sale ସମୟରେ SBI କାର୍ଡଧାରୀଙ୍କ ପାଇଁ EMI ଟ୍ରାଞ୍ଜାକ୍ସନରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ । ସେହିପରି Prime ମେମ୍ବରଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଡିସକାଉଣ୍ଟ ଦିଆଯିବ।
କେବଳ ଏତିକି ନୁହେଁ, ସେଲରେ କୁପନ୍ ଡିସକାଉଣ୍ଟ, ବ୍ଲକବଷ୍ଟର ଡିଲ୍, ଟପ୍ ୧୦୦ ଡିଲ୍, ମେଗା ଡିଲ୍ ଏବଂ ୮ PM ଡିଲ୍ ଭଳି ଅଫର୍ ରହିବ। ଏହା ସହ ‘Buy More, Save More’, ‘Exchange Mela’, ‘Sample Mania’ ଓ Amazon Combo ଭଳି ଡିଲର ମଧ୍ୟ ଲାଭ ଉଠାଇପାରିବେ ଗ୍ରାହକ । No-Cost EMI ଓ Exchange Offer ମଧ୍ୟ ଉପଲବ୍ଧ ରହିବ।
ସ୍ମାର୍ଟଫୋନରେ ବଡ଼ ଅଫର୍:
ଏହି ସେଲରେ ସ୍ମାର୍ଟଫୋନକୁ ନେଇ ମଧ୍ୟ ରହିଛି ବଡ଼ ଡିଲ୍ । OnePlus ଓ iQOOର ଅନେକ ମଡେଲରେ ଡିସକାଉଣ୍ଟ ମିଳିବ। OnePlus 15, OnePlus 15R, OnePlus Nord 6, OnePlus Nord CE 6 ସହିତ iQOO 15, iQOO 15R, iQOO Z11 ଏବଂ iQOO Z11x ଭଳି ସ୍ମାର୍ଟଫୋନ୍ରେ ଅଫର୍ ରହିବ। ଏହା ବ୍ୟତୀତ Samsung Galaxy S25 Ultraର ଦାମରେ ମଧ୍ୟ କମିବାର ସୂଚନା ରହିଛି।
Flipkartର Big Billion Days Sale:
ଅନ୍ୟପଟେ Amazon ପୂର୍ବରୁ Flipkart ମଧ୍ୟ ଘୋଷଣା କରିଛି ନିଜର Big Billion Days Sale । Flipkartର ଏହି ଫେଷ୍ଟିଭ୍ ସେଲ୍ ଅକ୍ଟୋବର ୯ରୁ ଆରମ୍ଭ ହେବ । ତେବେ Flipkart Plus ଓ Flipkart Black ୟୁଜର୍ସ ଅକ୍ଟୋବର ୮ରୁ ହିଁ ସେଲର ଲାଭ ନେଇପାରିବେ ।
Flipkart ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, Axis Bank ଓ ICICI Bank କାର୍ଡରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ । ସେହିପରି Flipkart Axis Bank Cardରେ ଏକ୍ସଟ୍ରା ୧୦% ଡିସକାଉଣ୍ଟ ମିଳିବ । SuperMoney ମାଧ୍ୟମରେ ପ୍ରଡକ୍ଟ କିଣିଲେ ପ୍ରତି ଟ୍ରାଞ୍ଜାକ୍ସନରେ ୧୦% ଡିସକାଉଣ୍ଟ ମିଳିବ । ତେବେ ଫେଷ୍ଟିଭ୍ ସିଜନରେ Amazon ଓ Flipkartର ଏହି ଦୁଇ ବଡ଼ ସେଲକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ସ୍ମାର୍ଟଫୋନ୍ଠାରୁ ଆରମ୍ଭ କରି ଘରୋଇ ଉପକରଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରଡକ୍ଟରେ ମିଳିବ ଡିସକାଉଣ୍ଟ ଓ ଆକର୍ଷଣୀୟ ଅଫର୍ ।