ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୭’ । ଭୁବନେଶ୍ୱରର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷର ଥିମ୍ ରହିଛି “ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା”। ଏହି ତିନିଦିନିଆ ରାଜ୍ୟସ୍ତରୀୟ ମହୋତ୍ସବ ନଭେମ୍ବର ୧୨ ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅବସରରେ ୨୦୨୪-୨୦୨୫ ବର୍ଷର ତାଲିକାକୁ ମିଶାଇ ମୋଟ୍ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯାଇଛି । ଏଥିପାଇଁ ମୋଟ୍ ୧୯ କୋଟି ୫୬ ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି ଏବଂ ବିଶେଷ ଅବସରରେ ନିପୁଣ ଆପର ମଧ୍ୟ ଶୁଭାରମ୍ଭ ହୋଇଛି । ଯାହା ମାଧ୍ୟମରେ ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ, ଶିକ୍ଷାର୍ଥୀ ମାନଙ୍କର ବ୍ୟକ୍ତିଗତ ଶିକ୍ଷଣ ଦକ୍ଷତା ଆକଳନ, ଶ୍ରେଣୀଗୃହ ସୁପରିଚାଳନା ଦିଗରେ ସହାୟକ ହେବ । ୧୦ ଜଣଙ୍କୁ ଓଡ଼ିଆ ଭାଷା ବୃଦ୍ଧି ପୁରସ୍କାରରେ ସମ୍ମାନିତ କରାଯାଇ ।ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୨୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୧୦୦୦ରୁ ଅଧିକ ସରକାରୀ ଅଧିକାରୀ, କର୍ମଚାରୀ ଯୋଗ ଦେଉଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନର ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଓ ଭାବ ବିନିମୟ, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ, ମଡେଲ୍ ସୁନାମଚେନ୍ଦ୍ର ନେସନ୍ ପାଭିଲିୟନ୍, ବିଭିନ୍ନ କର୍ମଶାଳା, ପ୍ରଦର୍ଶନୀ ଏବଂ ବକ୍ରତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।