ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ – ଆଜି କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଶାନ୍ତି ବଜାୟ ରହିବ। ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନୂତନ ଯୋଜନା ଆରମ୍ଭ କରିବା ପାଇଁ ଉତ୍ତମ ସୁଯୋଗ ମିଳିପାରେ।

ବୃଷ – ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ। ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ। ଜମିବାଡ଼ି କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ – ଆଜି ଭାଗ୍ୟର ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିପାରେ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ବନ୍ଧୁଙ୍କ ସହଯୋଗରେ ଅଧୁରା କାର୍ଯ୍ୟ ପୂରଣ ହେବ। ଦୂରଯାତ୍ରାର ସୁଯୋଗ ମିଳିପାରେ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି।

କର୍କଟ – ଆଜି କର୍ମକ୍ଷେତ୍ରରେ କିଛି ବାଧା ଉପୁଜିପାରେ। ଆର୍ଥିକ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାରରେ ନିଜ କଥା ଉପରେ ସଂଯମ ରଖନ୍ତୁ। ନୂତନ ନିବେଶ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରହିବା ସହିତ ନିଜର ଗୋପନୀୟ କଥା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ।

ସିଂହ – ଆଜି ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ସୁଯୋଗ ମିଳିବ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ନିଜର ଯୋଜନାରେ ସଫଳତା ମିଳିପାରେ। ନୂତନ ସମ୍ପର୍କ ସ୍ଥାପନ ହେବା ସହିତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

କନ୍ୟା – ଆଜି ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିବ। ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଆର୍ଥିକ ଲାଭ ସହିତ ନୂତନ ଆୟର ମାର୍ଗ ଖୋଲିବ। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀମାନେ ପଢ଼ାରେ ମନୋନିବେଶ କରିବେ। ଋଣ ପରିଶୋଧ କରିବା ଦିଗରେ ସଫଳତା ମିଳିପାରେ।

ତୁଳା – ଆଜି ମାନସିକ ଅଶାନ୍ତି ଦେଖାଦେଇପାରେ। ପ୍ରେମ ସମ୍ପର୍କରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଭଗବାନଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସନ୍ତାନଙ୍କ ପାଠପଢ଼ା ଓ ଭବିଷ୍ୟତକୁ ନେଇ କିଛି ଚିନ୍ତା ରହିପାରେ।

ବିଛା – ଆଜି ନିଜର କାର୍ଯ୍ୟରେ ବିଶେଷ ସତର୍କତା ରଖିବା ଆବଶ୍ୟକ। ମାନସିକ ଚାପ ଓ ଅସ୍ଥିରତା ବଢ଼ିପାରେ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ଅନ୍ୟମାନଙ୍କ କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାନବାହନ ଚଳାଚଳ ଓ ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ – ଆଜି ଆର୍ଥିକ ଦିଗରୁ ଦିନଟି ମଧ୍ୟମ ରହିବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ କିଛି ମତଭେଦ ଦେଖାଦେଇପାରେ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ଧୈର୍ଯ୍ୟ ଓ ସଂଯମ ଆପଣଙ୍କୁ ସଫଳତା ଦେବ। ନିଜର ବାକ୍ୟ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ଅନେକ ସମସ୍ୟା ଦୂର ହେବ।

ମକର – ଆଜି ଆୟର ନୂତନ ସୁଯୋଗ ସୃଷ୍ଟି ହେବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିପାରେ। ବନ୍ଧୁମାନଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପୁରୁଣା ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି।

କୁମ୍ଭ – ଆଜି କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ବୃଦ୍ଧି ପାଇବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭର ଯୋଗ ରହିଛି। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସୁଯୋଗ ମିଳିବ। ପରିବାରରେ ଆନନ୍ଦର ପରିବେଶ ରହିବ। ପୈତୃକ ସମ୍ପତ୍ତି କିମ୍ବା ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଫଳ ମିଳିପାରେ।

ମୀନ – ଆଜି ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଉଚ୍ଚଶିକ୍ଷା ଓ ଚାକିରି ଉଦ୍ୟମରେ ଶୁଭ ଫଳ ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ମିଳିବ। ଦୀର୍ଘଦିନର ଅଧୁରା ଇଚ୍ଛା ପୂରଣ ହେବାର ମାର୍ଗ ଖୋଲିପାରେ।

Leave a comment