ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦିନର ଛୁଟି ପରେ ଖୋଲିଲା ସ୍କୁଲ,ସ୍କୁଲ ପରିସରକୁ ସଫା ସୁତୁରା କରାଯିବା ପରେ ଉତ୍ସାହର ସହ ଆସିଲେ ପିଲା

ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦିନର ଛୁଟି ପରେ ଖୋଲିଲା ସ୍କୁଲ। ସ୍କୁଲ ପରିସରକୁ ସଫା ସୁତୁରା କରାଯିବା ପରେ ଉତ୍ସାହର ସହ ଆସିଲେ ପିଲା। ଗଞ୍ଜାମ ବ୍ଲକ ବରପଲ୍ଲୀ ଋଷିକୂଲ୍ୟା ଉଚ୍ଚ ବିଦ୍ୟାପୀଠଟି ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ଥିବା ଯୋଗୁ ସ୍କୁଲ ଭିତରେ ପାଣି ପଶିଯାଇଥିଲା। ଫଳରେ ସ୍କୁଲର ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍କୁଲ ଲାଇବ୍ରେରୀ, ବିଭିନ୍ନ ଫାଇଲ୍, ଏଲଇଡ଼ି ଟିଭି, ରୋଷେଇ ସାମଗ୍ରୀ ଆଦି ନଷ୍ଟ ହୋଇଯାଇଛି। ଖେଳପଡିଆ କାଦୁଅରେ ଭର୍ତ୍ତି ହୋଇଛି । ସେହିପରି ବିଦ୍ୟାଳୟ କୋଠାଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ସମସ୍ତ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।

Leave a comment