IND vs NZ 2nd ODI: ଡିଏଲଏସ୍ ପଦ୍ଧତିରେ ଭାରତର ରୋମାଞ୍ଚକର ବିଜୟ,ସିରିଜ୍ ରେ ୨-୦ରେ ଆଗୁଆ। ଭାରତ ୪ ରନରେ ଜିତିଲା ଦ୍ବୀତୀୟ ୱାନ ଡେ

ଡିଏଲଏସ୍ ପଦ୍ଧତିରେ ଭାରତର ରୋମାଞ୍ଚକର ବିଜୟ । ସିରିଜ୍ ରେ ୨-୦ରେ ଆଗୁଆ। ଭାରତ ୪ ରନରେ ଜିତିଲା ଦ୍ବୀତୀୟ ୱାନ ଡେ । ଓ୍ବେଲିଂଟନଠାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆ DLS ପଦ୍ଧତିରେ ନ୍ୟୁଜିଲାଣ୍ଡକୁ ୪ ରନ୍ ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ସିରିଜ୍ ରେ ୨-୦ରେ ଆଗୁଆ ରହିଛି।

ଲଗାତାର ବର୍ଷା ଯୋଗୁଁ ୪୭ ଓଭର ବିଶିଷ୍ଟ ଏହି ମ୍ୟାଚ୍ କୁ ଅଧାରୁ ବନ୍ଦ କରାଯାଇଥିଲା, ଯେଉଁଥିରେ ଭାରତ ବିଜୟୀ ହୋଇଛି। ୧୩୫ ରନ୍ ର ଲକ୍ଷ୍ୟକୁ ପିଛା କରି ଭାରତ ୭ ୱିକେଟ୍ ହରାଇ ୧୧୩ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଖେଳ ବନ୍ଦ ହେବା ସମୟରେ ଭାରତ ଡିଏଲଏସ୍ ପାର୍ ସ୍କୋର ଠାରୁ ୪ ରନ୍ ଆଗରେ ଥିଲା।

ମ୍ୟାଚ୍ ପୂର୍ବରୁ ହୋଇଥିବା ବର୍ଷା ଯୋଗୁଁ ପିଚ୍ ରେ ଅସମାନ ବାଉନ୍ସ ଏବଂ ସିମ୍ ମୁଭମେଣ୍ଟ ଦେଖିବାକୁ ମିଳିଥିଲା, ଯାହାଦ୍ୱାରା ବ୍ୟାଟିଂ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ଗୁରନୁର ବ୍ରାର୍ ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍ ମିଚେଲ୍ ମ୍ୟାଚ୍ ର ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ।

Leave a comment