ଖତରୋଁ କେ ଖିଲାଡ଼ି ୧୫’: ଅନେକ ସପ୍ତାହ ଧରି କଠିନ ଷ୍ଟଣ୍ଟ୍‌ର ସାମ୍ନା କରିବା ପରେ ଟ୍ରମ୍ପି ହତେଇଲେ ଟିଭି ଅଭିନେତା ଅବିନାଶ ମିଶ୍ର

ରୋହିତ ଶେଟ୍ଟୀଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଷ୍ଟଣ୍ଟ୍-ଭିତ୍ତିକ ରିଆଲିଟି ଶୋ’ ଖତରୋଁ କେ ଖିଲାଡ଼ି ୧୫’ ଏକ ବର୍ଷର ବିରତି ପରେ ଚଳିତ ବର୍ଷ ଅଗଷ୍ଟରେ ଏହାର ୧୫ତମ ସିଜନ୍ ଆରମ୍ଭ କରିଥିଲା । ‘ଡର୍ କା ନୟା ଦୌର୍’ ଥିମ୍ ଉପରେ ଆଧାରିତ ଏହି ସିଜନ୍‌ରେ ପୁରୁଣା ଓ ନୂଆ ପ୍ରତିଯୋଗୀଙ୍କୁ ପରସ୍ପର ବିରୋଧରେ ମୁକାବିଲା କରାଯାଇଥିଲା । ଅନେକ ସପ୍ତାହ ଧରି କଠିନ ଷ୍ଟଣ୍ଟ୍‌ର ସାମ୍ନା କରିବା ପରେ ଟିଭି ଅଭିନେତା ଅବିନାଶ ମିଶ୍ର ‘ଖତରୋଁ କେ ଖିଲାଡ଼ି ୧୫’ର ବିଜେତା ହୋଇଛନ୍ତି ।

ଅବିନାଶ ମିଶ୍ର ଋତ୍ୱିକ ଧନଜାନୀ ଏବଂ ଓରିଙ୍କୁ ପରାସ୍ତ କରି ଟ୍ରଫି ସହିତ ୨୦ ଲକ୍ଷ ଟଙ୍କା ଜିତିଛନ୍ତି । ଟପ୍-୩ ଫାଇନାଲିଷ୍ଟ ଋତ୍ୱିକ ଧନଜାନୀ ଏବଂ ଓରିଙ୍କୁ ହରାଇ ଅବିନାଶ ‘ଖତରୋଁ କେ ଖିଲାଡ଼ି ୧୫’ର ଟ୍ରଫି ନିଜ ନାମରେ କରିଛନ୍ତି । ଏହି ଟାଇଟଲ୍ ସହିତ ଅବିନାଶ ୨୦ ଲକ୍ଷ ଟଙ୍କାର ପୁରସ୍କାର, ୟୁରୋପ୍ ଟ୍ରିପ୍ ଏବଂ ଏକ କାର୍ ମଧ୍ୟ ଜିତିଛନ୍ତି । ଏହି ସିଜନରେ ଶୋ’ରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ମଧ୍ୟ ଏକ ବାଇକ୍ ଦିଆଯାଇଥିଲା ।  ଆକ୍ସନ୍ କିଙ୍ଗ୍ ରୋହିତ ଶେଟ୍ଟୀଙ୍କ ହୋଷ୍ଟିଂରେ ହୋଇଥିବା ଏହି ସିଜନ୍‌ର ବିଜେତା ଅବିନାଶ ମିଶ୍ର ହୋଇଥିବା ବେଳେ ଋତ୍ୱିକ ଧନଜାନୀ ପ୍ରଥମ ଏବଂ ଓରହାନ୍ ଅବତ୍ରାମଣି ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି । ସିଜନ୍ ୧୫ର ସୁଟିଂ କେପ୍ ଟାଉନର ମନୋରମ ସ୍ଥାନଗୁଡ଼ିକରେ ହୋଇଥିଲା ଏବଂ ଏଥିରେ ଜବରଦସ୍ତ ‘ଚ୍ୟାମ୍ପିଅନ୍ସ ବନାମ ଚ୍ୟାଲେଞ୍ଜର୍ସ’ ଫର୍ମାଟ୍ ଦେଖିବାକୁ ମିଳିଥିଲା । ଏହି ଫର୍ମାଟରେ ଶୋ’ର ପୁରୁଣା ଖେଳାଳିମାନେ ନୂଆ ପ୍ରତିଯୋଗୀଙ୍କ ସହ ମୁକାବିଲା କରିଥିଲେ।

‘ଖତରୋଁ କେ ଖିଲାଡ଼ି’ ସିଜନ୍ ୧୫ ସମୟରେ ଅବିନାଶ ମିଶ୍ର ଜଣେ ନୂଆ ପ୍ରତିଯୋଗୀରୁ ଜଣେ ଶକ୍ତିଶାଳୀ ପରଫର୍ମର ଭାବେ ନିଜକୁ ପ୍ରମାଣ କରିଥିଲେ । ସେ କେବଳ ଜଣେ ଭଲ ଦେଖାଯାଉଥିବା ଟିଭି ଅଭିନେତା ନୁହେଁ ବୋଲି ପ୍ରମାଣ କରିଥିଲେ । ତାଙ୍କର ଦୃଢ଼ ମାନସିକତା ଏବଂ ଚମତ୍କାର ଷ୍ଟଣ୍ଟ୍ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କଠାରୁ ଅଲଗା କରିଥିଲା । ଯେତେବେଳେ ହୋଷ୍ଟ ରୋହିତ ଶେଟ୍ଟୀ ଅବିନାଶଙ୍କ ନାମ ବିଜେତା ଭାବେ ଘୋଷଣା କରିଥିଲେ, ସେତେବେଳେ ଅଭିନେତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଅବିନାଶ ରୋହିତ ଶେଟ୍ଟୀଙ୍କୁ କହିଥିଲେ, “ଗତ ୧୦ ବର୍ଷ ମଧ୍ୟରେ ମୋତେ ଅନେକ ଚରିତ୍ର ପାଇଁ ନୋମିନେଟ୍ କରାଯାଇଛି ଏବଂ ମୁଁ ଆୱାର୍ଡ ଫଙ୍କସନରେ ମଧ୍ୟ ଯୋଗ ଦେଇଛି, କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ମୁଁ କୌଣସି ଆୱାର୍ଡ ଜିତୁଛି ।

ଟ୍ରଫି ଉଠାଇବା ପରେ ଅବିନାଶ ଦର୍ଶକଙ୍କ ମଧ୍ୟରେ ବସିଥିବା ତାଙ୍କ ଘନିଷ୍ଠ ବନ୍ଧୁ ଈଶା ସିଂହଙ୍କ ପାଖକୁ ଦୌଡ଼ି ଯାଇ ତାଙ୍କୁ ଜୋରରେ ଆଲିଙ୍ଗନ କରିଥିଲେ । ଦୁହେଁ ଏହି ଖୁସିର ମୁହୂର୍ତ୍ତକୁ ଏକାଠି ସେଲିବ୍ରେଟ୍ କରିଥିଲେ ଏବଂ ସେମାନଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଦେଖିବାକୁ ମିଳିଥିଲା । ଅବିନାଶ ମିଶ୍ର ଜଣେ ଲୋକପ୍ରିୟ ଭାରତୀୟ ଟେଲିଭିଜନ୍ ଅଭିନେତା ଏବଂ ରିଆଲିଟି ଟିଭି ପର୍ସନାଲିଟି । ସେ ‘ୟେ ତେରୀ ଗଲିୟାଁ’ ଭଳି ଧାରାବାହିକରେ ଅଭିନୟ କରିବା ପାଇଁ ପରିଚିତ । ସେ ୨୦୧୭ରେ ‘ସେଠଜୀ’ ଶୋ’ରେ ବାଜୀରାଓ ଭୂମିକାରେ ଅଭିନୟ କରି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ‘ଖତରୋଁ କେ ଖିଲାଡ଼ି ୧୫’ର ବିଜେତା ଅବିନାଶ ମିଶ୍ର ୨୦୨୪ରେ ରିଆଲିଟି ଶୋ’ ‘ବିଗ୍ ବସ୍ ୧୮’ରେ ମଧ୍ୟ ନଜର ଆସିଥିଲେ ଏବଂ ସେଠାରେ ଚତୁର୍ଥ ସ୍ଥାନରେ ରହିଥିଲେ ।

Leave a comment