ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା । ଶକ୍ତିସ୍ୱରୁପିଣୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଶଙ୍ଖ, ଘଣ୍ଟ ଘଣ୍ଟାର ନିନାଦିତ ହେଉଛି ମନ୍ଦିର ପରିସର। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଅଞ୍ଚଳ। ହୋମ ଯଜ୍ଞ, ଚଣ୍ଡୀପାଠ ଓ ପୂର୍ଣ୍ଣାହୂତିରେ ସୃଷ୍ଟି ହୋଇଛି ଅଧ୍ୟାତ୍ମିକ ପରିବେଶ। ମୂଳାଷ୍ଟମୀରେ ମାଆଙ୍କ ଘଟ ସ୍ଥାପନ ପରେ ଆଜି ମାଆଙ୍କ ଷୋଡ଼ଶ ଉପଚାର ପୂଜାର ଦ୍ୱିତୀୟ ଦିନ। ମାଆଙ୍କ ଆଶିର୍ବାଦ ନେବାକୁ ପୀଠରେ ଭୋରରୁ ଆରମ୍ଭ ହୋଇଯାଇଛି ଶ୍ରଦ୍ଧାଳୁଙ୍କ ଭିଡ଼।
ସେପଟେ କଟକ ଗଡ଼ ଚଣ୍ଡୀ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତିରେ ଚାଲିଛି ଉପାସନା । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ। ଏହି ଅନନ୍ୟ ବେଶ ଦେଖିବାକୁ ଗଡ଼ଚଣ୍ଡୀ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଚଉଷଠୀ ଯୋଗିନୀ ପୀଠରେ ଷୋଳପୂଜା । ସୁନା ବେଶରେ କାକଟପୁରର ମାଆ ମଙ୍ଗଳା । ରାଜଧାନୀ ଉପକଣ୍ଠ ହୀରାପୁରସ୍ଥିତ ପ୍ରସିଦ୍ଧ ଚଉଷଠୀ ଯୋଗିନୀ ତନ୍ତ୍ରପୀଠରେ ଆରମ୍ଭ ହୋଇଛି ମହାମାୟାଙ୍କ ପ୍ରସିଦ୍ଧ ଷୋଳପୂଜା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାବିଧି।
ଆଜି ମାଆଙ୍କୁ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ କରିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଛି । ଷୋଡ଼ଶ ଉପଚାରର ଦ୍ୱିତୀୟ ଦିନରେ କାକଟପୁର ବାସିନୀ ମାଆ ମଙ୍ଗଳା ସୁନାବେଶରେ ଦର୍ଶନ ଦେଉଛନ୍ତି । ମାଙ୍କ ପାଖରେ ଅଖଣ୍ଡ ଦ୍ୱୀପ ଜଳୁଥିବାରୁ ଗର୍ଭ ଗୃହ ଭିତରୁ ଦର୍ଶନ ଉପରେ କଟକଣା ଲାଗିଛି l ଭକ୍ତମାନେ ଭଣ୍ଡ ମଣ୍ଡପ ପାଖରୁ ମାଙ୍କୁ ଦର୍ଶନ କରି ଆଶିର୍ବାଦ ନେଉଛନ୍ତି । ରାଜବାଟିରେ ନରସିଂହପୁରର ଇଷ୍ଟଦେବୀ ମା’ ପ୍ରଗଳା ।
ଜୁନାଗଡ଼ରେ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ । ନରସିଂହପୁରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ। ରାଜବାଟିକୁ ଆଗମନ କରିଛନ୍ତି ନରସିଂହପୁରର ଇଷ୍ଟଦେବୀ ମା’ ପ୍ରଗଳା। ସିଂହଦ୍ୱାର ନିକଟରେ ହୋଇଛି ବିଶେଷ ପୂଜାର୍ଚ୍ଚନା। ଏହି ଅନନ୍ୟ ପରମ୍ପରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସେପଟେ କଳାହାଣ୍ଡିର ଐତିହାସିକ ସହର ଜୁନାଗଡ଼ର ଅଧିଷ୍ଟାତ୍ରୀ ଦେବୀ ମାଆ ଲଙ୍କେଶ୍ୱରୀଙ୍କ ଆରମ୍ଭ ହୋଇଛି ଖଣ୍ଡାବସା ପର୍ବ। ଢୋଲ, ନିଶାଣ, ତାସା, ମହୁରୀ ଓ ଶଙ୍ଖଧ୍ୱନିରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ମାଆଙ୍କ ସଂହାର ଖଣ୍ଡାକୁ ଚାଉଳ ଗଦାରେ ସ୍ଥାପନ କରିବାଏହି ଅନନ୍ୟ ପରମ୍ପରା ଦେଖିବାକୁ ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।