ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ । ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା ଯାଇଛି। ଏମାନଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ୱାଲାବି, ଟଫ୍ ଟେଡ୍ କ୍ୟାପୁଚିନ୍, ତିନି ପ୍ରକାରର ମାକାଓ, ମିରକାଟ୍, ସ୍କାରଲେଟ୍ ଆଇବିସ୍ ଏବଂ ସଲଫର୍ କ୍ରେଷ୍ଟେଡ୍ କକାଟୁ ରହିଛନ୍ତି। ଖୁଆଡରେ ଏହି ନୂତନ ପ୍ରଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ନନ୍ଦନକାନନରେ ଭିଡ଼ ଜମୁଛି। ଗତମାସ ୧୧ ତାରିଖ ବିଳମ୍ବିତ ଗୁଜରାଟର ବନ୍ତାରା ମଧ୍ୟରେ ଥିବା ରାଧାକୃଷ୍ଣ ଟେମ୍ପ୍ଲଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟରୁ ନନ୍ଦନକାନନ ଆସିଥିଲେ ୧୪ ପ୍ରଜାତିର ୫୮ ବିଦେଶୀ ଜୀବଜନ୍ତୁ। ପାଖାପାଖି ୨୨ ଦିନ କ୍ୱରେଣ୍ଟାଇନରେ ରହିବା ପରେ ଆଜି ସେମାନଙ୍କୁ ଖୁଆଡ଼ ମଧ୍ୟକୁ ଛଡାଯାଇଛି। ଫଳରେ ପର୍ଯ୍ୟଟକ ଏହାକୁ ଦେଖିବାକୁ ଉତ୍କଣ୍ଠା ରହିଥିବା ବେଳେ ଏହି ଜନ୍ତୁମାନେ ନନ୍ଦନକାନନର ଶୋଭା ବଢ଼ାଉଛନ୍ତି।
Trending
- ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ,ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା
- ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ, ୫ ମୃତ ୧୦ ଜଣ ଆହତ
- ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି,୪୩ ମହଲା କୋଠାରୁ ଡେଇଁଲେ ୩୫ ବର୍ଷୀୟ ଯୁବକ, ଘଟଣାସ୍ଥଳରେ ମୃତ
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ , କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା,ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ,ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ
- ଆସନ୍ତା ୪ ତାରିଖରୁ କ୍ଷୀର ଦର ବୃଦ୍ଧି କରିବ ଓମଫେଡ୍,ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି
- ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା: ‘ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି,ପିଲାଙ୍କ ପାଖରେ ବହି ନାହିଁ, ବୁଢ଼ାବୁଢ଼ୀଙ୍କ ପାଇଁ ଭତ୍ତା ନାହିଁ- ନବୀନ
- ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା