ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ, ୫ ମୃତ ୧୦ ଜଣ ଆହତ
ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଉଦ୍ଧାର ଏବଂ ଜରୁରୀକାଳୀନ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ଶିକ୍ଷା ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ଆହତ କର୍ମଚାରୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବାକୁ ଲୋକେଶ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ସେ ସରକାରଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ମୃତକଙ୍କ ପରିବାର ସେମାନଙ୍କ ସହିତ ଠିଆ ହେବେ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇବେ ।