ଭକ୍ତଙ୍କ ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ। ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର। ଆଜି ସକାଳ ୭ଟା ୪୫ରେ ମନ୍ଦିର ଖୋଲାଯାଇଛି। ଆଜିଠୁ ୩ ଦିନ ସମ୍ପୂର୍ଣ୍ଣ ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ।
ସେହିପରି ଏହାପରେ ବ୍ୟକ୍ତି ପିଛା ୧୦ ଟଙ୍କା ପ୍ରବେଶ ଶୁଳ୍କ ନିଆଯିବ। ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଛୋଟପିଲା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଦିବ୍ୟାଙ୍ଗ ବ୍ୟକ୍ତି ଯେଭଳି ସୁରୁଖୁରୁରେ ଦର୍ଶନ କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଭକ୍ତମାନେ ମାଗଣାରେ ନିଜର ଜୋତା ଏବଂ ମୋବାଇଲ୍ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋତା ଏବଂ ମୋବାଇଲ ଷ୍ଟାଣ୍ଡ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ପାନୀୟ ଜଳ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ପ୍ରତିଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲା ରହିବ।