ଆଜିଠାରୁ ପିତୃପକ୍ଷ ଆରମ୍ଭ,ପିଣ୍ଡଦାନ ପାଇଁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଶ୍ରଦ୍ଧାଳୁଙ୍କ ସମାଗମ
ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ପିତୃପକ୍ଷ ଆରମ୍ଭ ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି।
ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଛନ୍ତି। ଦୀର୍ଘ ୧୫ ଦିନ ଧରି ପିତୃପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ଆସନ୍ତା ୧୦ ତାରିଖରେ ମହାଳୟା ପାଳିତ ହେବ।ସେହିପରି ପୁରୀରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରାଦ୍ଧ ଦିଆଯିହା ସ୍ଥାନରେ ପ୍ରଶାସନ ପକ୍ଷରୁ ସଫା ସୁତରା କରାଯାଇଛି । ଏହାସହିତ ପୁରୀ ପୋଲିସ ମଧ୍ୟ. ସ୍ୱତନ୍ତ୍ର ପଦକ୍ଷେପ ନେଇଛି ।