ଏସିଆନ୍ ଗେମ୍ସ ୨୦୨୬: ୧୯୮ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ହାସଲ କଲେ ମୀରାବାଈ ଚାନୁ, ଭାରତ ମୋଟ ୧୧ଟି ପଦକ ଜିତିଛି

ଏସିଆନ୍ ଗେମ୍ସ ୨୦୨୬ରେ ମୀରାବାଈ ଚାନୁ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏସିଆନ ଗେମ୍ସରେ ୧୯୯୮ରୁ କୌଣସି ପଦକ ଜିତିନଥିଲା । ବ୍ୟକ୍ତିଗତ ଭାବେ ମୀରାବାଇଙ୍କ ପ୍ରଥମ ଏସିଆନ ଗେମ୍ସ ପଦକ ।

ମୀରାବାଈ ଚାନୁ ଏସିଆନ୍ ଗେମ୍ସ ୨୦୨୬ରେ ସ୍ନାଚ ରାଉଣ୍ଡରେ ୮୭ କିଲୋ ଓଜନ ଉଠାଇଥିଲେ । ସ୍ନାଚ ରାଉଣ୍ଡ ପରେ ୩ୟ ସ୍ଥାନରେ ରହି ନର୍ଥ କୋରିଆର ରି ସାଙ୍ଗେ ଗମ ୯୪ କିଲୋ ଓଜନ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ଏସିଆନ୍ ଗେମ୍ସରେ ଭାରତର ଭାରୋତ୍ତୋଳନର ଶେଷ ପଦକ ୧୯୯୮ ମସିହାରେ ଆସିଥିଲା । ୧୯୯୮ ବ୍ୟାଙ୍କକ୍ ଏସିଆନ୍ ଗେମ୍ସରେ କର୍ଣ୍ଣମ ମଲ୍ଲେଶ୍ୱରୀ ମହିଳା ୬୩ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଏହାପରେ ପ୍ରାୟ ୨୮ ବର୍ଷ ଧରି ଏସିଆନ୍ ଗେମ୍ସରେ ଭାରତ ଭାରୋତ୍ତୋଳନରେ କୌଣସି ପଦକ ଜିତିପାରିନଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁ ୨୦୨୬ କମନୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଏସିଆନ୍ ଗେମ୍ସକୁ ଆସିଥିଲେ ।

୨୦୨୬ ଏସିଆନ୍ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ ୧୧ଟି ପଦକ ଜିତିଛି । ଏଥିରେ ମହିଳା କ୍ରିକେଟ୍ ଦଳ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତିଛି । ଏହା ବ୍ୟତୀତ ଭାରତର ଖାତାରେ ୫ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ପଦକ ରହିଛି । ମୋଟ ୧୧ଟି ପଦକ ସହ ଭାରତ ପଦକ ତାଲିକାରେ ୧୧ତମ ସ୍ଥାନରେ ରହିଛି ।

Leave a comment