ଯମରାଜାଙ୍କ ଲୁକରେ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ, ଜାଣନ୍ତୁ ଏହା ପଛର କାରଣ କ’ଣ

କ୍ରିକେଟ ମଇଦାନରେ ଚଉକା, ଛକା ବର୍ଷା କରିବା ପରେ ବୀରେନ୍ଦ୍ର ସେହ୍ବାଗ ପୁଣିଥରେ ନୂଆ ଅନ୍ଦାଜରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ସେହ୍ବାଗଙ୍କ କିଛି ଫଟୋ ଭାଇରଲ ହେଉଛି, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେହ୍ବାଗ ଯମରାଜାଙ୍କ ଲୁକରେ କିଛି ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଡାକ୍ତର ଏବଂ ସ୍କୁଲ ଟିଚର ହୋଇ ସେହ୍ବାଗ ନିଜର ଅଲଗା ରୂପ ଦେଖାଇ ସାରିଛନ୍ତି ।

ତେବେ ସେହ୍ବାଗଙ୍କ ଅଲଗା ଅଲଗା ରୂପ ଦେଖି ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଆସିଛି । ସେହ୍ବାଗ କାହିଁକି ଅଲଗା ଅଲଗା ରୂପ ଧାରଣ କରିଛନ୍ତି, ଏହା ପଛର କାରଣ କ’ଣ । ପୂର୍ବରୁ ନିଉଟନଙ୍କ ଭଳି ସେଓ ପଡ଼ିବାକୁ ଅପେକ୍ଷା କରି ରହିବାର ଫଟୋ ପକାଇସାରିଛନ୍ତି । କେତେବେଳେ ଡାକ୍ତର ଆଉ କେତେକବେଳେ ସ୍କୁଲ ଶିକ୍ଷକ ମଧ୍ୟ ହୋଇଛନ୍ତି ।

ଖବର ମୁତାବକ, ବୀରେନ୍ଦ୍ର ସେହ୍ବାଗ ଟିଭି ଏବଂ ଓଟିଟି ଦୁନିଆରେ ପୁଣିଥରେ ଏକ ନୂଆ ରିଆଲିଟି ଶୋ ରାଇଜ ଆଣ୍ଡ ଫଲ୍ ସିଜିନ ୨ର ହୋଷ୍ଟ କରୁଛନ୍ତି । ଏହି ଶୋର ଧମାକେଦାର ପ୍ରୋମୋ ସାମ୍ନାକୁ ଆସିଛି । ଏଥିରେ ସେହ୍ବାଗଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ୨୬ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ଶୋରେ ସେହ୍ବାଗ ବିଲକୁଲ୍ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି । ଏହି ଶୋରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିସାରିଛି । ଏମାନେ ପରସ୍ପର ସହିତ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ରହିଛନ୍ତି । ଏଥିରେ ସ୍ବରା ଭାସ୍କର ମଧ୍ୟ ନଜର ଆସିବେ ।

ଏହି ଶୋରେ ପ୍ରିୟଙ୍କା ଚହର ଚୌଧୁରୀ, କରନ ପଟଲ, ଶେହଜାଦ ପୁନାୱାଲା ମଧ୍ୟ ନଜର ଆସିବେ । ଏହି ଶୋର ପୂର୍ବ ସିଜିନରେ ଅର୍ଜୁନ ବିଜଲାନୀ ଟାଇଟଲ ଜିତିଥିଲେ । ଏବେ ପ୍ରଥମ ସିଜିନ ପରେ ଦ୍ବିତୀୟ ସିଜିନ ଆରମ୍ଭ ହେବାକୁ ଯାଉଛି ।

Leave a comment