ଦହିବରା ଖାଇ ୨ଶହ ଲୋକ ଅସୁସ୍ଥ,ଚିକିତ୍ସା ପାଇଁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ଼
ଦହିବରା ଖାଇ ୨ଶହ ଲୋକ ଅସୁସ୍ଥ । କାକଟପୁର ବ୍ଲକ ବାଙ୍ଗୁରିଗାଁ ଅଞ୍ଚଳରେ ଦହିବରା ବିକାଳୀଠାରୁ ଦହିବରା ଖାଇଁ ୫ ଖଣ୍ଡ ଗାଁର ୨ ଶହରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ଦହିବାର ଖାଇବାର କିଛି ଘଣ୍ଟା ପରେ ସେମାନଙ୍କ ଦେହ ଖରାପ ହୋଇଥିଲା । ବାନ୍ତି, ଝାଡ଼ା,ଏବଂ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୨ ଶହରୁ ଅଧିକ ରୋଗୀଙ୍କ ଚିକିତ୍ସା ସାରିଲାଣି ।
କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତ ଅଞ୍ଚଳରେ ଜଣେ ଦହିବରା ବିକାଳୀ ଗାଁକୁ ଗାଁ ବୁଲି ଦହିବରା ବିକ୍ରିକରୁଥିଲେ । ଦହିବରା ବିକାଳୀ ଠାରୁ ଏହି ଅଞ୍ଚଳର ପ୍ରାୟ ପାଞ୍ଚଟି ଗ୍ରାମର ଲୋକମାନେ ଦହିବରା ଖାଇଥିଲେ । ଏହି ଦହିବରା ଖାଇବାର କିଛି ଘଣ୍ଟା ପରେ ଲୋକମାନଙ୍କର ଦେହ ଖରାପ ହେବା ଆରମ୍ଭ ହୋଇଥିଲା । ଲୋକମାନକର ବାନ୍ତି, ଝାଡ଼ା, ଏବଂ ଜୋର୍ ହୋଇଥବା ଦେଖିବାକୁ ମିଳିଥିଲା । ଲୋକ ମାନଙ୍କୁ ଚିକିତ୍ସା ପାଇଁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୨୦୦ ରୁ ଅଧିକ ରୋଗୀ ଚିକିତ୍ସା ହୋଇ ସାରିଲେଣି । ଏବେ ମଧ୍ୟ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଦେଖିବାକୁ ମିଳିଛି ।