ତିନି ଦିନରେ ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ
ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ତିନି ଦିନ ଭିତରେ କ୍ଷୟକ୍ଷତି ଆକଳନ ସରିଯିବ। ରିପୋର୍ଟ ଆସିବା ପରେ ରାଜସ୍ୱ ବିଭାଗ ତରଫରୁ କ୍ଷତି ଭରଣା କରାଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । କ୍ଷୟକ୍ଷତିର ସଠିକ ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କ ଧାନ ପୁଣି ବିକ୍ରି ହୋଇ ପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ । ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନ ଥିଲେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯିବ । ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ଏବଂ ବିକ୍ରି ଯୋଗ୍ୟ ହୋଇ ନ ଥିଲେ ତାର ସମ୍ପୂର୍ଣ୍ଣ କ୍ଷତିପୂରଣ ଚାଷୀଙ୍କୁ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।