ଇଣ୍ଡୋନେସିଆରେ ଯାତ୍ରୀ ବାହୀ ଜାହାଜ ବୁଡ଼ି ଘଟଣା, 6 ମୃତ ୧୩୦ ଯାତ୍ରୀ ଓ କୁ ସଦସ୍ୟ ନିଖୋଜ
ଇଣ୍ଡୋନେସିଆରେ ୨୪୩ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ରବିବାର ବୁଡ଼ିଯାଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୧୩୦ ଯାତ୍ରୀ ଓ କୁ ସଦସ୍ୟ ନିଖୋଜ ହୋଇଯାଇଛନ୍ତି। ୧୦୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଭିର୍ଗୋ ଟ୍ରାନ୍ସପୋର୍ଟ ନାମକ ଏହି ଜାହାଜ ପୂର୍ବ ଜାଭାର ସୁରାବାୟାରୁ ବୋର୍ନିୟୋ ଦ୍ଵୀପର ବଞ୍ଜାରମାସିନ ଅଭିମୁଖେ ଯାଉଥିଲା। ଅଚାନକ ସମୁଦ୍ର ମଝିରେ ଏହା ବୁଡ଼ିଯାଇଛି। ଏହାପରେ ସର୍ଚ୍ଚ ଅପରେ ଅପରେସନ ଆରମ୍ଭ ହୋଇଥିଲା ।
ଉଦ୍ଧାରକାରୀ ଟିମ୍ ଜାହାଜକୁ ଯେଉଁଠାରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା,ସେଠାକୁ ଯାଇ ତଲାସୀ ଅଭିଯାନ ଚଳାଇଛନ୍ତି। ଏଥିରେ ହେଲିକପ୍ଟର ବି ନିୟୋଜିତ କରାଯାଇଛି। ବଞ୍ଜାରମାସିନସ୍ଥିତ ସର୍ଜ ଓ ରେସକ୍ୟୁ କାର୍ଯ୍ୟାଳୟ ମୁତାବକ,ଜାହାଜ ଯାତ୍ରା କରୁଥିବା ବେଳେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ କୌଣସି କ୍ରୁ ସଦସ୍ୟଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରି ନ ଥିଲା।
ଉଲ୍ଲେଖଯୋଗ୍ୟ,ଏହା ପୂର୍ବରୁ ୧୯୮୧ରେ ତମ୍ପୋମାସ-୨ ୨ ନାମକ ଯାତ୍ରୀ ଜାହାଜ ଜାଭା ସାଗରରେ ବୁଡ଼ିଯାଇଥିଲା । ଏଥିରେ ପ୍ରାୟ ୪୩୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୦୬ରେ ସେନୋପାତୀ ନୁସନ୍ତରା ନାମକ ଜାହାଜ ପ୍ରତିକୂଳ ପାଣି ପାଗ ଯୋଗୁ ଜାଭା ସାଗରରେ ବୁଡ଼ିଯାଇଥିଲା। ଏଥିରେ४००ରୁଅଧିକ ଲୋକ ପ୍ରାଣ ହରାଇଥିଲେ କିମ୍ବା ନିଖୋଜ ହୋଇଯାଇଥିଲେ ।
୨୦୦୭ରେ ଲେଭିନା-୧ ଫେରୀରେ ନିଆଁ ଲାଗିବା କାରଣରୁ ଏହା ବୁଡ଼ିଯାଇଥିଲା। ଏହାଯୋଗୁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ଲେସ୍ତାରି ମାଜୁ ଫେରୀ ଦକ୍ଷିଣ ସୁଲାଓ୍ୱେସି ନିକଟରେ ବୁଡ଼ିଯିବା ଯୋଗୁ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା।