ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ଠାରେ ଆଜି ନୂତନ ସିନ୍ଦୁର ଲାଗି ହୋଇଛି । ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବାଦେବୀଙ୍କୁ ନୂତନ ସିନ୍ଦୂର ଲାଗି କରାଯାଇଥିଲା । ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିଥାନ୍ତି । ଆଜି ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ୱକୁ ସଫା କରାଯାଇଥାଏ । ଏହାପରେ ମାଁ ଙ୍କ ଠାରେ ଲାଗିଥିବା ଗହଣାକୁ ମଧ୍ୟ ସଫା କରାଯାଇଥାଏ । ମନ୍ଦିର ପ୍ରଶାସନ, ପୂଜକ ଓ ପୋଲିସର ଉପସ୍ଥିତିରେ ଏହି ଗହଣା ସଫା କରାଯାଇଥାଏ । ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଥିବା ଏହି ପାରମ୍ପରିକ ପ୍ରସ୍ତୁତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି । ନୂଆଁଖାଇର ମୁଖ୍ୟ ପର୍ବ ପୂର୍ବରୁ ମାଁଙ୍କ ନିକଟରେ ସମସ୍ତ ରୀତିନୀତି ସୁଚାରୁ ଭାବେ ସମ୍ପନ୍ନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
Trending
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି