ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ

ଆସନ୍ତାକାଲି ନୂଆଁଖାଇ । ଆଜି ବସିଛି ସ୍ୱତନ୍ତ୍ର ହାଟ । ଘରେ ଘରେ ଜମିବ ନୂଆଁଖାଇ । ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । କେତେ ସଜବାଜ, କେତେ ଖଞ୍ଜାରଞ୍ଜା । କି ଧନୀ, କି ଗରିବ । ସମସ୍ତେ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ “ନୂଆଁଖାଇ ହାଟ” ବସିଛି । ଯାହାକୁ ତିହାରୀ ହାଟ କୁହାଯାଉଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଆଜି ବସିଛି ନୂଆଁଖାଇ ତିହାରୀ ହାଟ । ଆଖପାଖର ଲୋକେ ନୂଆଁଖାଇ ତିହାର୍ ପାଇଁ ଦରକାର ହେଉଥିବା ହାଣ୍ଡି-ସରାଇ, ତୁନଶାଗ, ପନିପରିବା ହାଟରୁ କିଣି ନେଉଛନ୍ତି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ସାରା ପଶ୍ଚିମ ଓଡ଼ିଶା ।

ଘରେ ଘରେ ନୂଆଁଖାଇ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ନୂଆଁଖାଇ ଦିନ ନୂଆ ଧାନରୁ ପ୍ରସ୍ତୁତ ନୂଆ ଖାଦ୍ୟ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ପରିବାର ସଦସ୍ୟମାନେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିଥାନ୍ତି। ତେଣୁ ଏହି ପର୍ବକୁ ନେଇ ସମସ୍ତଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ। ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ଲୋକଙ୍କ ପରମ୍ପରା, ସଂସ୍କୃତି ଓ ଭାଇଚାରାର ପ୍ରତୀକ। ଏହି ଦିନ ପରିବାରର ସମସ୍ତେ ଏକାଠି ହୋଇ ନୂଆ ଅନ୍ନ ଗ୍ରହଣ କରିବା ସହ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥାନ୍ତି। ଆସନ୍ତାକାଲି ଘରେ ଘରେ ନୂଆଁଖାଇ ଜମିବାକୁ ଥିବାରୁ ଆଜିଠାରୁ ହାଟବଜାରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

Leave a comment