ଭୁବନେଶ୍ବର: ଫିଲିପାଇନ୍ସର ମାନିଲାରେ ଚାଲିଥିବା ଏସୀୟ କ୍ୟାଡେଟ୍ ଓ ଜୁନିୟର୍ କରାଟେ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆଲିଶା ସୁବୁଦ୍ଧି କାଂସ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୧୫ ବର୍ଷୀୟା ଆଲିଶା ପୂର୍ବରୁ ଜାତୀୟସ୍ତରରେ ସ୍ବର୍ଣ୍ଣ ଏବଂ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାର କାଟା ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାଲିନା ଭାଲେଣ୍ଟିନାଙ୍କ ପ୍ରଶିକ୍ଷଣରେ ଆଗକୁ ବଢ଼ିଥିବା ଆଲିଶାଙ୍କୁ ରାଜ୍ୟ କରାଟେ ସଂଘ ପକ୍ଷରୁ ହରିପ୍ରସାଦ ପଟ୍ଟନାୟକ ଓ ଗୌରୀ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି।ଏହି ଅବସରରେ ଆଲିଶା ତାଙ୍କ ଏହି ସଫଳତା ଲାଗି ପ୍ରଶିକ୍ଷକ ଭାଲେଣ୍ଟିନାଙ୍କ ସହ କିଓ ସଭାପତି ଭାରତ ଶର୍ମା, ସହାସଚିବ ସଂଜୀବ କୁମାର ଜାଙ୍ଗରା, କୋଷାଧ୍ୟକ୍ଷ ମୁତୁମ ସିଂହଙ୍କ ଦୂରଦୃଷ୍ଟି ନେତୃତ୍ବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ଦଳ ପ୍ରଶିକ୍ଷକ ସେନସେଇ ଅନିକେଶ ଗୁପ୍ତା, ସେନସେଇ କୀର୍ତ୍ତନ, ସନ୍ଦୀପ ଗାଡ଼େଙ୍କ ମାର୍ଗଦର୍ଶନକୁ ଶ୍ରେୟ ଦେଇଛନ୍ତି।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post