ଭୁବନେଶ୍ବର: ଫିଲିପାଇନ୍ସର ମାନିଲାରେ ଚାଲିଥିବା ଏସୀୟ କ୍ୟାଡେଟ୍ ଓ ଜୁନିୟର୍ କରାଟେ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆଲିଶା ସୁବୁଦ୍ଧି କାଂସ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୧୫ ବର୍ଷୀୟା ଆଲିଶା ପୂର୍ବରୁ ଜାତୀୟସ୍ତରରେ ସ୍ବର୍ଣ୍ଣ ଏବଂ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାର କାଟା ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାଲିନା ଭାଲେଣ୍ଟିନାଙ୍କ ପ୍ରଶିକ୍ଷଣରେ ଆଗକୁ ବଢ଼ିଥିବା ଆଲିଶାଙ୍କୁ ରାଜ୍ୟ କରାଟେ ସଂଘ ପକ୍ଷରୁ ହରିପ୍ରସାଦ ପଟ୍ଟନାୟକ ଓ ଗୌରୀ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି।ଏହି ଅବସରରେ ଆଲିଶା ତାଙ୍କ ଏହି ସଫଳତା ଲାଗି ପ୍ରଶିକ୍ଷକ ଭାଲେଣ୍ଟିନାଙ୍କ ସହ କିଓ ସଭାପତି ଭାରତ ଶର୍ମା, ସହାସଚିବ ସଂଜୀବ କୁମାର ଜାଙ୍ଗରା, କୋଷାଧ୍ୟକ୍ଷ ମୁତୁମ ସିଂହଙ୍କ ଦୂରଦୃଷ୍ଟି ନେତୃତ୍ବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ଦଳ ପ୍ରଶିକ୍ଷକ ସେନସେଇ ଅନିକେଶ ଗୁପ୍ତା, ସେନସେଇ କୀର୍ତ୍ତନ, ସନ୍ଦୀପ ଗାଡ଼େଙ୍କ ମାର୍ଗଦର୍ଶନକୁ ଶ୍ରେୟ ଦେଇଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post