ଭୁବନେଶ୍ବର: ଓଡ଼ିଶାର ଚେସ୍ ରାଣୀ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ବୁଧବାର ୩୦ତମ ସ୍ବିସ୍ କ୍ବିନ୍ସ ଅନ୍ଲାଇନ୍ ବ୍ଲିଜ୍ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ମୋଟ୍ ୧୧ ରାଉଣ୍ଡରୁ ପଦ୍ମିନୀ ୯ ପଏଣ୍ଟ ସ୍କୋର କରି ବେଲାରୁଷର ଓଲଗା ବାଦେଲ୍କାଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ଟାଇବ୍ରେକର୍ରେ ପଦ୍ମିନୀ ବିଜେତା ଘୋଷିତ ହୋଇଥିଲେ। ପଦ୍ମିନୀ ୯ ମ୍ୟାଚ୍ ଜିତିଥିଲା ବେଳେ ଦୁଇଟିରେ ପରାଜିତ ହୋଇଥିଲେ।ଆଜରବାଇଜାନ୍ର ସାଦତ ବସିର୍ଲି, ମମାଡୋଭା, ଫ୍ରାନ୍ସର ସେସିଲେ ହାଉସେର୍ନୋଟ୍, ଭାରତର ଭୋନ୍ତି ତ୍ରିପୁରାମ୍ବିକା, ଜର୍ଜିଆର ମେରି ଅରାବିଦ୍ଜେ, ପୋଲାଣ୍ଡର ଆଲେକଜାଣ୍ଡ୍ରା ମାଲ୍ତସେଭ୍ସକ୍ୟ, ରୁଷିଆର ଆନାସ୍ତାସିଆ ବୋଦ୍ନାରୁକ୍, ୟୁକ୍ରେନ୍ର ଇଭ୍ଜେନିଆ ଦେଲଉହାନୋଭା, ଭିଏତ୍ନାମ୍ର ହୋଆଙ୍ଗ ବାଓ ଆଲ୍ ତ୍ରାନ୍ଙ୍କୁ ପଦ୍ମିନୀ ହରାଇଥିଲା ବେଳେ ଭାରତର ସବିତା ଶ୍ରୀ ବି ଓ ବେଲାରୁଷର ଓଲ୍ଗା ବାଦେଲ୍କାଙ୍କଠାରୁ ସେ ପରାଜିତ ହୋଇଥିଲେ। ଆଗକୁ ତାମିଲନାଡୁରେ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ମହିଳା ଚେସ୍ ଚାମ୍ପିଅନ୍ସିପ୍ ଉପରେ ପଦ୍ମିନୀଙ୍କ ନଜର ରହିଛି।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post