କମ୍ ଦାମରେ ଦମଦାର 5G ସ୍ମାର୍ଟଫୋନ୍ ଲଞ୍ଚ କଲା ଭିଭୋ,୬,୫୦୦mAh ବ୍ୟାଟେରୀ ସହ ମିଳିବ ଆକର୍ଷଣୀୟ ଫିଚର୍ସ

କମ୍ ଦାମରେ ଦମଦାର 5G ସ୍ମାର୍ଟଫୋନ୍ ଲଞ୍ଚ କଲା ଭିଭୋ । ୬,୫୦୦mAh ବ୍ୟାଟେରୀ ସହ ମିଳିବ ଆକର୍ଷଣୀୟ ଫିଚର୍ସ । ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଭିଭୋ ନିଜ Y ସିରିଜରେ ଆଉ ଏକ ନୂଆ ବଜେଟ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ ବଜାରରେ ଲଞ୍ଚ ହୋଇଥିବା ଏହି ଫୋନରେ ରହିଛି ବଡ଼ ବ୍ୟାଟେରୀ, ଆକର୍ଷଣୀୟ ଡିସପ୍ଲେ ଏବଂ ଅନେକ ଦମଦାର ଫିଚର୍ସ । ତେବେ ଏହି ଫୋନର ନାମ ହେଉଛି Vivo Y6k ।

ଫିଚର୍ସ:

ଫିଚର୍ସ କଥା କହିବାକୁ ଗଲେ, Vivo Y6kରେ ୬.୭୪ ଇଞ୍ଚର LCD ଡିସପ୍ଲେ ଦିଆଯାଇଛି । ଏହାର ରିଜୋଲ୍ୟୁସନ୍ ୧୬୦୦ x ୭୨୦ ପିକ୍ସେଲ୍ ରହିଛି । ଏହାସହ ୧୨୦Hz ରିଫ୍ରେଶ୍ ରେଟ୍ ଏବଂ ୧୨୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ସପୋର୍ଟ ମିଳିବ । ଫୋନରେ MediaTek Dimensity 6300 ପ୍ରୋସେସର୍ ବ୍ୟବହାର କରାଯାଇଛି । ଏଥିରେ ୬GB RAM ସହ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି । ଆବଶ୍ୟକ ପଡ଼ିଲେ ମାଇକ୍ରୋ SD କାର୍ଡ ଜରିଆରେ ଷ୍ଟୋରେଜ୍ ବଢ଼ାଇପାରିବେ । ଏହା Android 16 ରେ ବେସ୍ଡ OriginOS 6 ଅପରେଟିଂ ସିଷ୍ଟମରେ କାମ କରିବ ।

କ୍ୟାମେରା ସେକ୍ସନରେ ଏହି ଫୋନର ବ୍ୟାକରେ ୧୩MPର ମେନ୍ କ୍ୟାମେରା ଏବଂ ସେଲଫି ପାଇଁ ୫MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ୬,୫୦୦mAhର ବ୍ୟାଟେରୀ । ଏହାସହ ୧୫W USB Type-C ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ । ଅନ୍ୟ ଫିଚର୍ସ ମଧ୍ୟରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍, 5G କନେକ୍ଟିଭିଟି, Wi-Fi, Bluetooth 5.4 ଏବଂ ୩.୫mm ଅଡିଓ ଜ୍ୟାକ୍ ରହିଛି । ଏହା IP65 ରେଟିଂ ସହ ଆସୁଥିବାରୁ ଧୂଳି ଓ ପାଣିର ଛିଟାରୁ ସୁରକ୍ଷା ମିଳିବ ।

ସେହିପରି Vivo Y32ରେ ମଧ୍ୟ ଦମଦାର ଫିଚର୍ସ ରହିଛି । ଏଥିରେ ୮,୦୦୦mAhର ବଡ଼ ବ୍ୟାଟେରୀ, ୫୦MP କ୍ୟାମେରା ଏବଂ Qualcomm Snapdragon 4 Gen 2 ପ୍ରୋସେସର୍ ଦିଆଯାଇଛି । ଏହାସହ ୧୨୦Hz ରିଫ୍ରେଶ୍ ରେଟେଡ୍ LCD ଡିସପ୍ଲେ ମଧ୍ୟ ରହିଛି ।

ଏବେ ଜାଣିବା Vivo Y6kର ଦାମ୍ । କମ୍ପାନୀ ଏହାକୁ ୬GB RAM ଓ ୧୨୮GB ଷ୍ଟୋରେଜ୍‌ର ଗୋଟିଏ ଭାରିଆଣ୍ଟରେ ଲଞ୍ଚ କରିଛି । ଚୀନ୍ ବଜାରରେ ଏହାର ମୂଲ୍ୟ ପ୍ରାୟ ୨୨ ହଜାର ୫୦୦ ଟଙ୍କା ରହିଛି । ବ୍ଲାକ୍, ବ୍ଲୁ ଓ ହ୍ୱାଇଟ୍ ଭଳି ତିନୋଟି କଲର୍ ଅପ୍ସନରେ ଏହା ଉପଲବ୍ଧ ।

Leave a comment