Samsung Galaxy S26 FE ଲଞ୍ଚ,ଜାଣନ୍ତୁ ଡିସପ୍ଲେ ଓ ଡିଜାଇନ୍
Samsung ତା’ର Galaxy S26 ସିରିଜର ସବୁଠାରୁ ଆଫୋର୍ଡେବଲ୍ ଫୋନ୍ Samsung Galaxy S26 FEକୁ ଗ୍ଲୋବାଲ୍ ବଜାରରେ ଲଞ୍ଚ କରିଛି । ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା Galaxy S26 ସିରିଜର ଏହା ସବୁଠାରୁ ନୂଆ ମଡେଲ୍ । ଏହି ସିରିଜରେ କମ୍ପାନୀ ପୂର୍ବରୁ Samsung Galaxy S26, Galaxy S26+ ଏବଂ Galaxy S26 Ultra ଲଞ୍ଚ କରିସାରିଛି । Galaxy S26 ସିରିଜର ଅନ୍ୟ ଫୋନଗୁଡ଼ିକରେ Qualcomm Snapdragon 8 Elite Gen 5 ଚିପସେଟ୍ ଦିଆଯାଇଛି । ସେହିପରି ନିକଟରେ ଲଞ୍ଚ ହୋଇଥିବା Samsung Galaxy Z Fold 8 ସିରିଜରେ ମଧ୍ୟ ଏହି ପ୍ରୋସେସର ଦିଆଯାଇଛି ।
ଡିସପ୍ଲେ ଓ ଡିଜାଇନ୍:
Samsung Galaxy S26 FEରେ ୬.୭ ଇଞ୍ଚର FHD+ Dynamic AMOLED 2X ଡିସପ୍ଲେ ରହିଛି । ଏହି ଡିସପ୍ଲେ ୧୨୦Hz ରିଫ୍ରେଶ୍ ରେଟ୍ ଏବଂ ୧୯୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ କରେ । ଫୋନରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି । ଏହା ସହିତ ଫୋନକୁ IP68 ରେଟିଂ ମିଳିଛି, ଯାହା ଫୋନକୁ ପାଣି ଓ ଧୂଳିରୁ ସୁରକ୍ଷା ଦେଇଥାଏ ।
ପ୍ରୋସେସର ଓ ଷ୍ଟୋରେଜ୍:
ଏହି ସ୍ମାର୍ଟଫୋନରେ ସାମସଙ୍ଗର ନିଜସ୍ୱ Exynos 2500 ଚିପସେଟ୍ ବ୍ୟବହାର କରାଯାଇଛି । ୩nm ପ୍ରୋସେସ୍ ଟେକ୍ନୋଲୋଜିରେ ତିଆରି ଏହି ପ୍ରୋସେସର ସହିତ ୮GB RAM ଏବଂ ୫୧୨GB ଷ୍ଟୋରେଜ୍ ମିଳିବ ।
ବ୍ୟାଟେରୀ ଓ ଚାର୍ଜିଂ:
ଫୋନରେ ୪,୯୦୦mAhର ବଡ଼ ବ୍ୟାଟେରୀ ଦିଆଯାଇଛି । ଏହା ସହିତ ୪୫W ୱାୟାର୍ଡ ଫାଷ୍ଟ ଚାର୍ଜିଂ ଏବଂ ୧୫W ୱାୟାରଲେସ୍ ଚାର୍ଜିଂ ସପୋର୍ଟ ମିଳିବ ।
କ୍ୟାମେରା:
କ୍ୟାମେରା ବିଷୟରେ କହିବାକୁ ଗଲେ ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ OIS ସପୋର୍ଟ ସହିତ ୫୦MPର ମେନ୍ କ୍ୟାମେରା, ୧୨MPର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଏବଂ ୮MPର ଟେଲିଫୋଟୋ କ୍ୟାମେରା ରହିଛି । ସେଲ୍ଫି ଓ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୧୨MP କ୍ୟାମେରା ଦିଆଯାଇଛି ।
ସଫ୍ଟୱେର ଓ କନେକ୍ଟିଭିଟି:
Samsung Galaxy S26 FE Android 17 ଉପରେ ବେସ୍ଡ One UI 9ରେ ଚାଲିଥାଏ । କନେକ୍ଟିଭିଟି ପାଇଁ ଏଥିରେ Wi-Fi, Bluetooth ଏବଂ NFC ଭଳି ଫିଚର୍ସ ଦିଆଯାଇଛି ।
ପ୍ରାଇସ୍:
Samsung Galaxy S26 FEକୁ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏଗୁଡ଼ିକ ହେଲା ୮GB RAM + ୧୨୮GB ଷ୍ଟୋରେଜ୍, ୮GB RAM + ୨୫୬GB ଷ୍ଟୋରେଜ୍ ଏବଂ ୮GB RAM + ୫୧୨GB ଷ୍ଟୋରେଜ୍ ରହିଛି ।
ଫୋନର 8GB + 128GB ଭାରିଆଣ୍ଟର ଆରମ୍ଭିକ ଦାମ ପ୍ରାୟ ୮୯,୦୦୦ ଟଙ୍କା । 8GB + 256GB ଭାରିଆଣ୍ଟର ଦାମ ୧ ଲକ୍ଷ ଟଙ୍କା ହୋଇଥିବାବେଳେ 8GB + 512GB ଭାରିଆଣ୍ଟର ଦାମ ପ୍ରାୟ ୧.୨୨ ଲକ୍ଷ ଟଙ୍କା ରହିଛି । ଏହି ସ୍ମାର୍ଟଫୋନଟିକୁ ଆପଣ Blueberry, Graphite ଏବଂ Pistachio ଭଳି ତିନୋଟି କଲର ଅପ୍ସନରେ ଘରକୁ ଆଣିପାରିବେ ।