Apple ନିଜର iPad Mini ଲଞ୍ଚ କରିଛି, ଜାଣନ୍ତୁ ଫିଚର୍ସ ଓ ପ୍ରାଇସ

Apple ଶେଷରେ ଭାରତ ସମେତ ବିଶ୍ୱ ବଜାରରେ ଏକ OLED ପ୍ୟାନେଲ୍ ସହିତ iPad Mini ଲଞ୍ଚ କରିଛି । ଏହି ନୂଆ iPad A20 Pro ଚିପସେଟ୍ ସହିତ ଆସିଛି । ଯାହା ଲଞ୍ଚ ହୋଇଥିବା iPhone 18 Pro ସିରିଜରେ ବ୍ୟବହୃତ ହୋଇଥିବା ସମାନ ଚିପସେଟ୍ । କମ୍ପାନୀ ଏହି ନୂଆ iPad କୁ ନିୟମିତ WiFi ଏବଂ WiFi + ସେଲ୍ୟୁଲାର୍ ଭାରିଆଣ୍ଟରେ ପ୍ରଚଳନ କରିଛି । କମ୍ପାନୀ ‘ପ୍ରୋ ଆଣ୍ଡ୍ ଟେଲ୍’ ଆୟୋଜିତ ଇଭେଣ୍ଟରେ ଏହାକୁ iPad Mini 2026 ବୋଲି ଘୋଷଣା କରିଛି ।

ଫିଚର୍ସ:
ଏହି ନୂଆ ଆପଲ୍ ଟାବଲେଟରେ ୨୩୧୬ x ୧୫୧୨ ପିକ୍ସେଲ ରିଜୋଲ୍ୟୁସନ୍ ସହିତ ୮.୫-ଇଞ୍ଚ ସୁପର୍ ରେଟିନା XDR OLED ପ୍ୟାନେଲର ସୁବିଧା ରହିଛି । ଟାବଲେଟର ସ୍କ୍ରିନ୍ P3 ୱାଇଡ୍ କଲର୍ ଗାମୁଟ୍ ଏବଂ ୧୨୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟସେନକୁ ସପୋର୍ଟ କରିଥାଏ । କମ୍ପାନୀ ଏହି ଟାବଲେଟ୍ ସହିତ ଉଭୟ ଷ୍ଟାଣ୍ଡାର୍ଡ ଏବଂ ନାନୋ ଟେକ୍ସଚର୍ ଡିସପ୍ଲେ ପ୍ରଦାନ କରିଛି । ୟୁଜର୍ସ ସେମାନଙ୍କ ପସନ୍ଦର ଡିସପ୍ଲେ ଭାରିଆଣ୍ଟ ଚୁଜ୍ କରିପାରିବେ । ଏହା ବ୍ୟତୀତ କମ୍ପାନୀ ଟାବଲେଟର ଡିସପ୍ଲେରେ ଏକ ଆକୋଷ୍ଟିକ୍ ସିଷ୍ଟମ୍ ବ୍ୟବହାର କରିଛି । ଯେଉଁଥିରେ ଆଲୁମିନିୟମ୍ ବଡିର ବ୍ୟବହାର କରାଯାଇଛି ।
iPad Mini (2026) ରେ Apple ର ନୂତନ A20 Pro ଚିପ୍ ରହିଛି । ଯାହା ନୂଆ ଭାବରେ ଲଞ୍ଚ ହୋଇଥିବା iPhone 18 Pro ସିରିଜ୍ ଏବଂ iPhone Duo ରେ ମଧ୍ୟ ବ୍ୟବହୃତ ହୋଇଛି । ଏହି ଟାବଲେଟ୍ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜକୁ ସପୋର୍ଟ କରିଥାଏ । ୧୨୮GB ଏବଂ ୨୫୬GB ଭାରିଆଣ୍ଟରେ 5-କୋର୍ CPU ଥିବା ବେଳେ ୫୧୨GB ମଡେଲରେ 6-କୋର୍ CPU ରହିଛି ।
କମ୍ପାନୀ ଏହି ଟାବଲେଟର ବ୍ୟାକରେ ଏକ 12MPର ୱାଇଡ୍ କ୍ୟାମେରା ପ୍ରଦାନ କରିଛି । ଯାହା 4K ଭିଡିଓ ରେକର୍ଡ କରିପାରିବ । ଏହା ସହିତ ଏଥିରେ ଏକ ୧୨MP ସେଣ୍ଟର ଷ୍ଟେଜ୍ ଫ୍ରଣ୍ଟ କ୍ୟାମେରା ଉପଲବ୍ଧ । କମ୍ପାନୀ N1 ଡେଡିକେଟେଡ୍ ନେଟୱାର୍କିଂ ଚିପ୍ ପ୍ରଦାନ କରିଛି । ଏଥିରେ WiFi 7 ଏବଂ Bluetooth 6 ଭଳି କନେକ୍ଟିଭିଟି ଫିଚର୍ସ ମଧ୍ୟ ସାମିଲ କରିଛି । ଏହା Apple ର ନୂତନ iPadOS 27 ରେ କାମ କରିଥାଏ ।

ପ୍ରାଇସ୍:
iPad Mini ର ନିୟମିତ WiFi Only ଭାରିଆଣ୍ଟ ୮୨,୯୦୦ ରୁ ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । ଏହାର WiFi + ସେଲ୍ୟୁଲାର୍ ଭାରିଆଣ୍ଟ ୧,୦୦,୯୦୦ ରୁ ଆରମ୍ଭ ହେଉଛି । କମ୍ପାନୀ ଏହାକୁ ୧୨୮GB, ୨୫୬GB, ଏବଂ ୫୧୨GB ଷ୍ଟୋରେଜ୍ ଭାରିଆଣ୍ଟରେ ପ୍ରଚଳନ କରିଛି । ଏହା ଦୁଇଟି କଲର ଅପ୍ସନ Midnight ଏବଂ Starlightରେ ଉପଲବ୍ଧ । ଅନ୍ୟ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୯୪,୯୦୦ ଏବଂ ୧,୧୮,୯୦୦ ଟଙ୍କା ରହିଛି ।
ଏହି ମୂଲ୍ୟଗୁଡ଼ିକ ଷ୍ଟାଣ୍ଡାର୍ଡ ଗ୍ଲାସ୍ ମଡେଲ୍ ପାଇଁ ରହିଛି । ନାନୋ ଟେକ୍ସଚର୍ ଗ୍ଲାସ୍ ମଡେଲ୍ ପାଇଁ ବ୍ୟବହାରକାରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହାର ପ୍ରାରମ୍ଭିକ ମୂଲ୍ୟ ୧,୬,୯୦୦ଟଙ୍କା ରହିଛି । ନୂତନ ଭାବରେ ଲଞ୍ଚ ହୋଇଥିବା iPad Mini ପାଇଁ ପ୍ରି-ଅର୍ଡର ଅକ୍ଟୋବର ୨୮ ରେ ଭାରତରେ ଆରମ୍ଭ ହେବ । ଏହାର କ୍ରୟ ଉପରେ ୫୦୦୦ ର ଇନଷ୍ଟାଣ୍ଟ ଡିସକାଉଣ୍ଟ ପ୍ରଦାନ କରାଯିବ । iPad Mini ଚଳିତ ବର୍ଷ ନଭେମ୍ବର ୬ ରୁ ବିକ୍ରୟ ପାଇଁ ଉପଲବ୍ଧ ହେବ ।

Leave a comment