ଶେଷରେ ଲଞ୍ଚ ହେଲା Apple ବହୁ ପ୍ରତୀକ୍ଷିତ ଫୋଲ୍ଡେବଲ୍ ଫୋନ୍ , ଜାଣନ୍ତୁ iPhone Duoର ଫିଚର୍ସ

ସ୍ମାର୍ଟଫୋନ୍ ବଜାରରେ ବଡ଼ ଧମାକା କରିଛି Apple । କମ୍ପାନୀ ପ୍ରଥମ ଥର ପାଇଁ ଫୋଲ୍ଡେବଲ୍ ଫୋନ୍ ବଜାରରେ ପାଦ ରଖିଛି ।  ଶେଷରେ Apple ବହୁ ପ୍ରତୀକ୍ଷିତ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଏହି ଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । କିନ୍ତୁ କମ୍ପାନୀ ତାର ପ୍ରଥମ ଫୋଲ୍ଡେବଲ୍ ଫୋନକୁ iPhone Duo ନାଁରେ ଲଞ୍ଚ କରିଛି । କମ୍ପାନୀ ଜଣାଇଦେଉଛି ଯେ, ଏହି ଫୋନ୍‌କୁ ଏଭଳି ଭାବେ ଡିଜାଇନ୍ କରିଛି ଯେ, ଫୋନ୍‌ଟି ବନ୍ଦ ଥିବାବେଳେ ୟୁଜର୍ସମାନେ କମ୍ପାକ୍ଟ iPhoneର ଏକ୍ସପିରିଏନ୍ସ ପାଇପାରିବେ । ଫୋନ୍‌ରେ ବଡ଼ ସ୍କ୍ରିନ୍‌ର ସୁବିଧା ମଧ୍ୟ ୟୁଜର୍ସ ପାଇପାରିବେ । କମ୍ପାନୀର କହିବା ଅନୁସାରେ, ମଲ୍ଟିଟାସ୍କିଂ, ଗେମିଂ ଏବଂ ଭିଡିଓ ଦେଖିବା ପାଇଁ ଏହି ଫୋନ୍‌ ୟୁଜର୍ସଙ୍କୁ ଏକ ଭଲ ଏକ୍ସପିରିଏନ୍ସ ପ୍ରଦାନ କରିବ। ଏହା ସହିତ, କମ୍ପାନୀ iPhone 18 Pro ଏବଂ 18 Pro Max ଲଞ୍ଚ କରିଛି । କମ୍ପାନୀ ନୂତନ ୱାଚ୍ ସିରିଜ୍ 12, ୱାଚ୍ ଅଲ୍ଟ୍ରା 4 ଏବଂ AirPods 5 ମଧ୍ୟ ଲଞ୍ଚ କରିଛି ।

iPhone Duo ଫିଚର୍ସ :

iPhone Duo ତାର ଫୋଲ୍ଡେବଲ୍ ଡିସପ୍ଲେ ପାଇଁ ସବୁଠାରୁ ଖାସ୍ ରହିଛି । iPhone Duo ରେ 5.4 ଇଞ୍ଚ କର୍ଭଡ ଡିସପ୍ଲେ ଏବଂ 7.6 ଇଞ୍ଚ ଇନର ଡିସପ୍ଲେ ରହିଛି । ହ୍ୟାଣ୍ଡସେଟରେ ଏକ ଏରୋସ୍ପେସ୍-ଗ୍ରେଡ୍ ଟାଇଟାନିୟମ୍ ଫ୍ରେମର ବ୍ୟବହାର କରାଯାଇଛି । ସ୍କ୍ରିନ୍ ପ୍ରୋଟେକ୍ସନ୍ ପାଇଁ କମ୍ପାନୀ ସେରାମିକ୍ ସିଲ୍ଡ 2 ର ମଧ୍ୟ ବ୍ୟବହାର କରିଛି । ଆପଲ୍‌ର କହିବା ଅନୁସାରେ, ଏହାର ହିଞ୍ଜ୍‌ ଅନ୍ୟ ଯେକୌଣସି ଫୋଲ୍ଡେବଲ୍ ହ୍ୟାଣ୍ଡସେଟ୍‌ଠାରୁ ଭିନ୍ନ ରହିଛି । ଏହାକୁ କଷ୍ଟମ୍ ଭେରିଏବଲ୍ ଟର୍କ ପ୍ରୋଫାଇଲ୍, କାର୍ବନ୍ ସପୋର୍ଟ ପ୍ଲେଟ୍ ଏବଂ ମ୍ୟାଗ୍ନେଟ୍‌କୁ ମିଶାଇ ତିଆରି କରାଯାଇଛି ।

ଏହି ଫୋନ୍‌ରେ ଟ୍ରିପଲ୍ କ୍ୟାମେରା ବଦଳରେ ଡୁଆଲ୍ କ୍ୟାମେରାର ସେଟଅପ୍ ରହିଛି । ଯେଉଁଥିରେ ୪୮ ମେଗାପିକ୍ସେଲ୍‌ର Fusion Main କ୍ୟାମେରା ଏବଂ ୪୮MPର Fusion Ultra Wide କ୍ୟାମେରା ପ୍ରଦାନ କରାଯାଇଛି । ଫୋନ୍‌ରେ Apple Intelligence ଏବଂ Siri AIର ସପୋର୍ଟ ମଧ୍ୟ ମିଳୁଛି । ଉଭୟ ଡିସପ୍ଲେରେ ProMotion, Always-On Display ଏବଂ ଆଉଟଡୋରରେ ୩,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଫୋନ୍‌ IP68 ରେଟିଂଯୁକ୍ତ । ଯାହା ଏହି ଫୋଲ୍ଡେବଲ୍ ଫୋନ୍‌କୁ ପାଣି ଏବଂ ଡଷ୍ଟରୁ ପ୍ରୋଟେକ୍ଟ କରି ରଖିବ ।

iPhone Duoରେ Appleର ନୂଆ A20 Pro ଚିପସେଟ୍ ପ୍ରୋସେସର ଦିଆଯାଇଛି । ଏହା ସହିତ ଫୋନ୍‌ରେ କଷ୍ଟମ୍ ଭେପର୍ ଚେମ୍ବର୍ ମଧ୍ୟ ରହିଛି । ଯାହା ଫୋନ୍‌କୁ ଅଧିକ ଗରମ ହେବାରୁ ରୋକିବାରେ ସହାୟତା କରିବ । ଏଥିରେ ଡୁଆଲ୍-ବ୍ୟାଟେରୀ ସିଷ୍ଟମ୍ ମଧ୍ୟ ରହିଛି । ଏହି ଫୋନ୍‌ ପ୍ରାୟ ୨୪ ଘଣ୍ଟାର ବ୍ୟାକଅପ୍ ଦେବାକୁ ସକ୍ଷମ ବୋଲି କମ୍ପାନୀ ଦାବି କରିଛି ।

ପ୍ରାଇସ୍ :

କମ୍ପାନୀ ଭାରତରେ Apple iPhone Duoର ପ୍ରାରମ୍ଭିକ ମୂଲ୍ୟ ୨,୯୯, ୯୦୦ଟଙ୍କା ରହିଛି । ଯେଉଁଥିରେ ୨୫୬GBରୁ ଆରମ୍ଭ କରି 2TB ପର୍ଯ୍ୟନ୍ତ ଷ୍ଟୋରେଜ ଅପ୍ସନ ଉପଲବ୍ଧ ରହିଛି । ଏହି ଫୋନ୍ Star White ଏବଂ Night Sky ନାମକ ଦୁଇଟି କଲର ଅପ୍ସନରେ ଉପଲବ୍ଧ ହେବ । ଫୋନ୍‌ର ପ୍ରି-ଅର୍ଡର ୧୬ ଅକ୍ଟୋବରରୁ ଆରମ୍ଭ ହେବ ଏବଂ ୨୩ ଅକ୍ଟୋବରରୁ ବିକ୍ରୟ ଆରମ୍ଭ ହେବ । ସେହିପରି iPhone 18 Proର ପ୍ରାରମ୍ଭିକ ମୂଲ୍ୟ ୧,୬୪,୯୦୦ ଟଙ୍କା ଥିବାବେଳେ iPhone 18 Pro maxର ପ୍ରାରମ୍ଭିକ ମୂଲ୍ୟ ୧,୭୯,୯୦୦ ଟଙ୍କା ରହିଛି । ଯାହା ପ୍ରି ବୁକିଂ ସେପ୍ଟେମ୍ବର ୧୨ରୁ ଆରମ୍ଭ ହେବ ।

Leave a comment