ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍, ଜାଣନ୍ତୁ କେଉଁଠି

ଆମାଜନରେ ଆରମ୍ଭ ହୋଇଥିବା Great Freedom Saleରେ ଦେଶୀ ବ୍ରାଣ୍ଡର ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ ଏହି ଫୋନ୍‌କୁ ଲଞ୍ଚ୍ କରିଥିଲା । ଆମାଜନରେ ଆରମ୍ଭ ହୋଇଥିବା ଏହି Great Freedom Sale ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଫର: Lava Bold N2 ର କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ 4GB RAM+64GB ମିଳୁଛି । ଯାହା ୯,୨୯୯ଟଙ୍କାରେ ଉପଲବ୍ଧ । ଇ-କମର୍ସ ୱେବସାଇଟରେ ଚାଲୁଥିବା ସେଲରେ ଏହି ଫୋନ କିଣିବା ଉପରେ ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଯାହା ୩୦୦ଟଙ୍କାର ସଞ୍ଚୟ ପ୍ରଦାନ କରୁଛି । ଏହି ଅଫର୍ ସହିତ ଫୋନକୁ ୮,୯୯୯ଟଙ୍କାରେ କିଣାଯାଇପାରିବ । ଏହି ଫୋନ୍ ୨ ଟି କଲର ଅପ୍ସନ ଇଣ୍ଡସ୍ ବ୍ଲାକ୍ ଏବଂ ସିଆଚେନ୍ ହ୍ୱାଇଟରେ ଉପଲବ୍ଧ ।

ଫିଚର୍ସ: Lavaର ଏହି ଶସ୍ତା ଫୋନରେ ୬.୭୫ ଇଞ୍ଚର HD+ LCD ଡିସପ୍ଲେ ପ୍ରଦାନ କରାଯାଇଛି । ଫୋନର ଡିସପ୍ଲେ HD+ରିଜେଲ୍ୟୁସନକୁ ଏବଂ ୯୦HZ ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । Lava Bold N2 ୟୁନିସୋକର ଅକ୍ଟା-କୋର 6nm ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ ୟୁନିସୋକ SC9863Aର ପ୍ରୋସେସର୍, 4GB RAM ଏବଂ 64GB ଇଣ୍ଟରନାଲ ଷ୍ଟୋରେଜ୍ ସାମିଲ ରହିଛି । ଏହି ଫୋନରେ RAMକୁ 4GB ଭର୍ଚୁଆଲୀ ଏକ୍ସପାଣ୍ଡ କରାଯାଇପାରିବ । ଏହା ବ୍ୟତୀତ ଷ୍ଟୋରେଜକୁ ମଧ୍ୟ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ମଧ୍ୟ ବଢ଼ାଯାଇପାରିବ । ଫୋନଟି ଏକ 5000mAhର ଦମଦାର ବ୍ୟାଟେରୀ ପ୍ୟାକ୍ ପ୍ରଦାନ କରେ ଏବଂ 10W USB ଟାଇପ୍-C ଚାର୍ଜର ସହିତ ଆସିଥାଏ । ଫୋନଟି Android 15 Go ଅପରେଟିଂ ସିଷ୍ଟମରେ କାମ କରିଥାଏ ।

Lava Bold N2 ର ବ୍ୟାକ୍ ସାଇଡରେ 13MP ମେନ୍ କ୍ୟାମେରାର ସୁବିଧା ରହିଛି । ଏହା ସହିତ 5MP ସେଲଫି କ୍ୟାମେରା ମଧ୍ୟ ରହିଛି । ପ୍ରୋଟେକ୍ସନ ପାଇଁ, ଫୋନଟିରେ ଫେସ୍ ଅନଲକ୍ ଏବଂ ସାଇଡରେ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସରର ସୁବିଧା ମଧ୍ୟ ରହିଛି । ଏହା IP64 ରେଟେଡର । ଯାହା ଏହାକୁ ପାଣି ଛିଟା ଏବଂ ଡଷ୍ଟରେ ଖରାପ ହେବାରୁ ରୋକିଥାଏ । କମ୍ପାନୀ ଫୋନଟି କିଣିବା ସହିତ ଗୋଟିଏ ବର୍ଷର ମାଗଣା ଘରୋଇ ସେବା ମଧ୍ୟ ପ୍ରଦାନ କରୁଛି ।

Leave a comment