କାଉଡିଆ ପାଣି ଉଠାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା,ଗାଡ଼ି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ କାଉଡିଆ ଆହତ

କାଉଡିଆ ପାଣି ଉଠାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା । ବ୍ରହ୍ମପୁର ନିକଟସ୍ଥ ଜଗଦଲପୁର ଅଞ୍ଚଳରୁ ଗଞ୍ଜାମ ଋଷିକୁଲ୍ୟା ନଦୀକୁ ଏକ ଟାଟାଏସିଇ ଯୋଗେ ଯାଉଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗାଡ଼ି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ କାଉଡିଆ ଆହତ ହୋଇଛନ୍ତି ।ଶ୍ରାବଣ ସୋମବାର ପାଳନ ପାଇଁ ଜଗଦଲପୁର ଅଞ୍ଚଳର ଶିବଭକ୍ତଙ୍କ ଦଳ ନଦୀରୁ ଜଳ ଉଠାଇବା ଲକ୍ଷ୍ୟରେ ଗୋଟିଏ ଗାଡ଼ିରେ ବାହାରିଥିଲେ । ଚମାଖଣ୍ଡି ଥାନା ଅଧିନ କାଳିଆବାଲି ଜାତୀୟ ରାଜପଥ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି ।​ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଛତ୍ରପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି । ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ଗଞ୍ଜାମ ବ୍ଲକ ଅଳେଶ୍ଵର ମନ୍ଦିରରେ ପାଣି ଢାଳିଥାନ୍ତେ ।

Leave a comment