ଆଜି ବିଶ୍ବ ହସ୍ତତନ୍ତ ଦିବସ,ହସ୍ତତନ୍ତ ସାମଗ୍ରୀ କିଣି ଭିଡିଓ ପୋଷ୍ଟ କରିବାକୁ ମୋଦି ଦେଲେ ଆହ୍ବାନ

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭିଡିଓ ପୋଷ୍ଟ କରି ଦେଶବାସୀଙ୍କୁ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ୧୯୦୫, ଅଗଷ୍ଟ ୭ ତାରିଖକୁ କେବେ ଭୁଲି ହେବନି । ଏହି ଦିବସକୁ ଗର୍ବର ସହ ପାଳନ କରିବାକୁ ପ୍ରତିଟି ନାଗରିକଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅପିଲ କରିଚନ୍ତି । ଖାସ୍ କରି ହସ୍ତତନ୍ତ ସାମଗ୍ରୀ କିଣି ଭିଡିଓ ପୋଷ୍ଟ କରିବାକୁ ମୋଦି ଆହ୍ବାନ କରିଥିବା ଭିଡିଓରୁ ଜଣାପଡୁଛି । ବୁଣାକାରଙ୍କ ହାତରେ ବଞ୍ଚିଛି ଭାରତର ପରମ୍ପରା । ୧୯୦୫ ମସିହାରେ ଆଜିର ଦିନରେ କୋଲ୍‌କାତା ଟାଉନ ହଲ୍ରୁ ସ୍ବଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ବଦେଶୀ ଉତ୍ପାଦ ବିଶେଷ କରି ହସ୍ତତନ୍ତ ସମାଗ୍ରୀର ବ୍ୟବହାର କରିବାକୁ ଆହ୍ବାନ ଦିଆଯାଇଥିଲା । ସେହି ଐତିହାସିକ ଘଟଣାକୁ ସ୍ମରଣ କରି ୨୦୧୫ ମସିହାରେ କେନ୍ଦ୍ର ସରକାର ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ ।

Leave a comment