ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଠି ଚା‘ ବିକୁଥିଲେ ଆଜି ସେଠି ଅଛି କଣ? କିଏ ବିକୁଛି ଚା ଆସନ୍ତୁ ଜାଣିବା
ପ୍ରଧାନମନ୍ତ୍ରୀ ଯେଉଁଠି ଚା ବିକୁଥିଲେ ଆଜି ସେଠି ଅଛି କଣ? କିଏ ବିକୁଛି ଚା । କାହାର ରହିଛି ଦୋକାନ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ 76 ବର୍ଷରେ ପାଦ ଦେଇଛନ୍ତି ।ପ୍ରତିବର୍ଷ ଏହି ଅବସସରେ ତାଙ୍କ ଜୀବନ ସହିତ ଅନେକ ପୁରୁଣା କାହାଣୀ ଓ ସ୍ଥାନ ଆଲୋଚନାକୁ ଆସିଥାଏ ।ଏଥିମଧ୍ୟରୁ ଗୋଟିଏ ହେଉଛି ଗୁଜୁରାଟର । ଗୁଜୁରାଟର ଭଦନଗର ରେଲଷ୍ଟେସନରେ ଥିବ ଛୋଟ ଚା ଦୋକାନ ।ଯେଉଁଠାରେ ନରେନ୍ଦ୍ର ମୋଦୀ ତାଙ୍କ ପିତା ଦାମୋଦର ଦାସଙ୍କୁ ମୋଦୀ ତାଙ୍କ ପିଲା ବେଳେ ସାହାର୍ଯ୍ୟ କରୁଥିଲେ ।ଏହି ସ୍ଥାନଟି ଏବେ ବି ରହିଛି ହେଲେ ଚା ଦୋକାନ ଟି ପୂର୍ବପରି ଆଉ ଚାଲୁ ନାହିଁ ।ରେଳଷ୍ଟେସନ ପୂର୍ନବିାକଶ ପରେ ଏହି ଚା ଦୋକାନ ଟି ଇତିହାସ ପାଲଟି ଯାଇଛି । ଆଜି ଏହି ଦୋକାନର ଅବସ୍ଥା କଣ ଏବଂ ଏବେ ସେଠାରେ କଣ ରହିଛି ଆସନ୍ତୁ ଜାଣିବା ।
ଗୁଜରାଟର ମେହସାନା ଜିଲ୍ଲାର ଭଦନଗର ରେ ହେଇଛି ନରେନ୍ଦ୍ର ମୋଦୀଙ୍କ ଜନ୍ମସ୍ଥାନ । ତାଙ୍କ ବାପା ଏହି ସହରର ରେଲ ଷ୍ଟେସନ ରେ ଚା ବିକ୍ରି କରୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନରେନ୍ଦ୍ର ମୋଦୀ ତାଙ୍କ ବାପାଙ୍କୁ ଚା ବିକ୍ରି କରିବାରେ ସାହାର୍ଯ୍ୟ କରୁଥିଲେ ଏବଂ ଟ୍ରେନ ଆସିଲେ ଯାତ୍ରୀଙ୍କୁ ଚା ଦେଉଥିଲେ । ଏହି କାରଣରୁ ଭଦନଗର ରେଳ ଷ୍ଟେସନରେ ଥିବା ଏହି ଛୋଟ ଷ୍ଟଲ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାରମ୍ଭିକ ଜୀବନର ଏକ ଗୁରୁତ୍ବପୂଣ୍ଣ ସ୍ଥାନ ଭାବରେ ବିବେଚନା କରାଯାଏ । ଯଦି ଆପଣ ଭାବୁଛନ୍ତି ଆଜି ମଧ୍ୟ ସେହି ଦୋକାନକୁ ଯାଇ ଚା ର ମଜା ନେଇପାରିବେ ତେବେ ତାହା ସମ୍ଭବ ନୁହେଁ ।ଏବେ ସେଠାରେ କୌଣସି ଦେକାନ ଚାଲୁ ନାହିଁ । ପୂରୂଣା ଦୋକାନ କୁ ସୁରକ୍ଷିତ ଭାବେ ରଖାଯାଇ ଏହାକୁ ନିୟମିତ ବ୍ୟବସାୟ ପରିବେର୍ତେ ସ୍ମାରକୀ ଭାବେ ରକ୍ଷଣବେକ୍ଷଣ କରାଯାଉଛି । 2021 ମସିହାରେ ଭଡ଼ନଗର ରେଲଷ୍ଟେସନର ପୁର୍ବବିକାଶ ସମୟରେ ଏହି ଚା ଦୋକାନକୁ ଷ୍ଟେସନ ପରିସରରେ ସଂରକ୍ଷିତ ରଖାଯାଇଥିଲା 2019 ମସିହାରେ ଏହି ଚା ଦୋକାନକୁ ପର୍ଯ୍ୟଟନସ୍ଥଳୀ ରେ ବିକଶିତ କରିବା ପାଇଁ ଯୋଜନା କରାଯାଉଥିବା ଖବର ସାମ୍ନାକୁ ଆସିଥିଲା । ଯାହା ପୂର୍ବରୁ ଦୈନିକ ଚା ବ୍ୟବସାୟର ଏକ ଅଂଶ ଥିଲା ତେହା ଏବେ ଭଡ଼ନଗର ପରିଦର୍ଶକଙ୍କ ପାଇଁ ଗୁରୁତ୍ବପୂର୍ଣ ଦର୍ଶନୀୟ ସ୍ଥାନ ପାଲଟିଛି । କୁହାଯାଉଛି ଯେ ଭଡ଼ନଗର ରେଳଷ୍ଟେସନ କୁ ଐତିହ୍ୟ ରୂପ ଦେବାପରେ ଷ୍ଟେସନ ରେ ଯଥେଷ୍ଟ ପରିର୍ତନ ଆସିଥିଲା । କିନ୍ତୁ ଏହି ସ୍ବତ୍ତ୍ବେ ବି ପୁରୁଣା ପ୍ଲାଟଫର୍ମ ଓ ମୋଦୀଙ୍କ ଚା ଦୋକାନକୁ ସଂରକ୍ଷିତ ରଖଯାଇଥିଲା । ଏବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଲା ଦିନର ସ୍ମୃତି ସହିତ ଜଡ଼ିତ ଏକ ସ୍ବତନ୍ତ୍ର ସ୍ଥାନ ସହ ହୋଇ ରହିଛି । ଏହି ସ୍ଥାନ ଟି ସାଧାରଣ ଚା ଦାକୋନ ସହିତ ଐତିହ୍ୟ ସ୍ଥଳ ପାଲଟିଯାଇଛି ।