ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ଐତିହାସିକ ଗୌରବକୁ ପର୍ଯ୍ୟଟକମାନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଭୁବନେଶ୍ୱରର ଐତିହାସିକ ଖଣ୍ଡଗିରିଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ମନୋରମ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ITDC) ଦ୍ୱାରା ଏହି ଆକର୍ଷଣୀୟ ଶୋ’ ବିକଶିତ କରାଯାଇଛି।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆଲୋକ, ଶବ୍ଦ ଏବଂ କାହାଣୀ କଥନ ଶୈଳୀର ସମାହାରରେ ଐତିହାସିକ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ମାହାତ୍ମ୍ୟକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା।
ଏହି ଶୋ’ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ପର୍ଯ୍ୟାୟରେ ପ୍ରଦର୍ଶିତ ହେବ