ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ! 

ମେଟ୍ରୋ ଟିଭି ଓଡିଶା( ୪.୫.୨୦୨୨ )

: ଦକ୍ଷିଣ ଆଣ୍ଡାମାନ ସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ଆସାନୀର ଗତିଥ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ ।

ବାତ୍ୟା ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଓଡ଼ିଶାବାସୀ ଆଶା ଓ ଆଶଙ୍କାରେ ରହୁଛନ୍ତି ।ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଓଡ଼ିଶାବାସୀ ଆଶା ଓ ଆଶଙ୍କାରେ ରହୁଛନ୍ତି । 

ପାଣିପାଗ ମଡେଲ୍‌ ୱିଣ୍ଡି ପକ୍ଷରୁ ଜାରି ହୋଇଥିବାର ଗ୍ରାଫିକ୍‌ ଅନୁସାରେ ବାତ୍ୟା ‘ଆସାନୀ’ ତୀବ୍ର ବେଗରେ ଓଡ଼ିଶା ଉପକୂଳରେ ମାଡ଼ କରିବ । କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ୨ ଦିନ ମଧ୍ୟରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ପାଣିପାଗ ମଡେଲ୍‌ ୱିଣ୍ଡି ପକ୍ଷରୁ ଜାରି ହୋଇଥିବାର ଗ୍ରାଫିକ୍‌ ଅନୁସାରେ ବାତ୍ୟା ‘ଆସାନୀ’ ତୀବ୍ର ବେଗରେ ଓଡ଼ିଶା ଉପକୂଳରେ ମାଡ଼ କରିବ । କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ୨ ଦିନ ମଧ୍ୟରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।