ପୁରୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ଭାଗବତ କହିଛନ୍ତି, ସନାତନ ଧର୍ମର ଯେଉଁ ନିୟମ ରହିଛି, ଭାଗବତରେ ତାକୁ କର୍ମକାଣ୍ଡ କୁହାଯାଉଛି। ଏଥିରୁ ଜୀବନରେ ଅନୁଶାସନ ଆସୁଛି। ଏଣୁ ଏହାକୁ ଶ୍ରଦ୍ଧାର ସହ ସମସ୍ତେ ଅନୁପାଳନ କରିବା ଦରକାର। ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଇ ଫେରିବା ପରେ ଶ୍ରୀ ଭାଗବତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ଶ୍ରୀ ଭାଗବତଙ୍କୁ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଓ ଅନ୍ୟମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଉପହାର ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ କାଠ, କପଡ଼ା, ଦଉଡ଼ି, ଶରଧାବାଲିର ବାଲି ଆଦି ଉପହାର ସ୍ବରୂପ ଦିଆଯାଇଥିଲା। ପୁରୀ ଗୋବର୍ଦ୍ଧନ ମଠରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କୁ ଭେଟିଛନ୍ତି। ଶ୍ରୀ ଭାଗବତ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେବା ସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ଧାର୍ମିକ ଅଭିଭାଷଣ ଦେଇଛନ୍ତି। ଏହି ଅବସରରେ ଜଗଦ୍ଗୁରୁ କହିଛନ୍ତି, ସନାତନ ଧର୍ମ ଆଜିର କମ୍ପ୍ୟୁଟର, ମୋବାଇଲ୍ ଭଳି ଅତ୍ୟାଧୁନିକ ଯୁଗରେ ବି ସର୍ବଶ୍ରେଷ୍ଠ। ସନାତନ ଧର୍ମର ପ୍ରଚାରପ୍ରସାର ଉପରେ ଶ୍ରୀ ଭାଗବତ ମୋ ସହ ଆଲୋଚନା କରିଥିଲେ। ସନାତନ ଧର୍ମର ସିଦ୍ଧାନ୍ତ କିଭଳି ପ୍ରତ୍ୟେକଙ୍କଠାରେ ପ୍ରକଟିତ ହେବ, ସେ ଉପରେ ବିଚାରବିମର୍ଶ କରିଥିଲେ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post