ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍ ବାନ୍ଧି ସେଲିବ୍ରେଟ୍ କରୁଛନ୍ତି ଯୁବ ପିଢି। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନ ଟିଏ । ଏହି ଅବସରରେ ସାଙ୍ଗ ସାଥୀମାନେ ପରସ୍ପର ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍ ବାନ୍ଧିବା ସହ ପାର୍ଟି କରି ଖୁସି ମନାଉଛନ୍ତି । ବନ୍ଧୁତ୍ୱର ପରିସୀମା କିଛି ନାହିଁ । ସମ୍ପର୍କର ପ୍ରଥମ ସୋପାନ ଆରମ୍ଭ ହୁଏ ବନ୍ଧୁତ୍ୱରୁ । ଯଦି ପାଖରେ ବନ୍ଧୁଟିଏ ଅଛି ତ ଆଉ କିଛି ଚିନ୍ତା ନାହିଁ । ବନ୍ଧୁ ଯେ କେବଳ ସୁଖଦୁଃଖର ସାଥୀ ତା ନୁହେଁ, ବନ୍ଧୁତ୍ୱ ହେଉଛି ସେହି ସଂପର୍କ, ଯିଏ କଣ୍ଟା ରାସ୍ତାକୁ ବି ଫୁଲରେ ସଜାଇ ଦିଏ ।ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ