ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍ ବାନ୍ଧି ସେଲିବ୍ରେଟ୍ କରୁଛନ୍ତି ଯୁବ ପିଢି। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନ ଟିଏ । ଏହି ଅବସରରେ ସାଙ୍ଗ ସାଥୀମାନେ ପରସ୍ପର ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍ ବାନ୍ଧିବା ସହ ପାର୍ଟି କରି ଖୁସି ମନାଉଛନ୍ତି । ବନ୍ଧୁତ୍ୱର ପରିସୀମା କିଛି ନାହିଁ । ସମ୍ପର୍କର ପ୍ରଥମ ସୋପାନ ଆରମ୍ଭ ହୁଏ ବନ୍ଧୁତ୍ୱରୁ । ଯଦି ପାଖରେ ବନ୍ଧୁଟିଏ ଅଛି ତ ଆଉ କିଛି ଚିନ୍ତା ନାହିଁ । ବନ୍ଧୁ ଯେ କେବଳ ସୁଖଦୁଃଖର ସାଥୀ ତା ନୁହେଁ, ବନ୍ଧୁତ୍ୱ ହେଉଛି ସେହି ସଂପର୍କ, ଯିଏ କଣ୍ଟା ରାସ୍ତାକୁ ବି ଫୁଲରେ ସଜାଇ ଦିଏ ।ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ