ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି

୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ । ଶନିବାର ମୟୂରଭଞ୍ଜ ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ କରିବାକୁ ଡାକରା ଦେଇଛି ବିଜୁ ଜନତା ଦଳ । ଏହି ଆନ୍ଦୋଳନକୁ ସମର୍ଥନ ଦେଇଛି କଂଗ୍ରେସ ଦଳ । ତେବେ ଏହି ବନ୍ଦ ଲାଗି ବିଭିନ୍ନ ସ୍ଥାନରେ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ଠପ୍ ରହିଛି ।ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ ଓ ଜଣେ ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ବିଜେଡି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହରତାଳ ଡାକରା ଦେଇଛି । ଏହାକୁ ଜିଲ୍ଲା କଂଗ୍ରେସ ମଧ୍ୟ ସମର୍ଥନ ଦେଉଛି । ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ଉନ୍ନୟନ ବିଭାଗରେ ପରିଚାଳିତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନରେ ଘଟଣାର ପୁନରାବୃତ୍ତି ନହେବା, ଘଟଣାର ନ୍ୟାୟିକ ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ବିରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ, ମୃତ ଛାତ୍ରୀର ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ସହିତ ବାପା କିମ୍ବା ମା’ଙ୍କୁ ସରକାରୀ ଚାକିରୀ ଯୋଗାଇଦେବା ନେଇ ଦାବି କରାଯାଇଛି ।

Leave a comment