ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏମିତି ଘଟଣା ଯେପରି କେବେ ନ ଘଟିବ ସେନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଆହୁରି ମଧ୍ୟ ମର ଶରୀର ଓଡ଼ିଶା ପହଞ୍ଚିବା ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଥାଉକି, ଶନିବାର ମଧ୍ୟପ୍ରଦେଶକୁ ତୀର୍ଥ କରିବାକୁ ଯାଇଥିବା ଓଡ଼ିଆ ପରିବାରର ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ଭୁବନେଶ୍ବର ଜୟଦେବବିହାର ଅଞ୍ଚଳର ବନମାଳୀ ବେହେରା ଏବଂ ତାଙ୍କ ପରିବାର । ସମସ୍ତେ ମଧ୍ୟପ୍ରଦେଶର ପ୍ରସିଦ୍ଧ ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ନଲଖେଡା ଥାନା ଅନ୍ତର୍ଗତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ରାସ୍ତା କଡ଼ରେ ଥିବା ଏକ ନାଳରେ ସେମାନଙ୍କ କାର୍ ଭାସିଯାଇଥିଲା । ଫଳରେ ଏଥିରେ ପରିବାରର ସମସ୍ତଙ୍କ ମୃତ୍ୟୁ ଘଟିଛି।

Leave a comment