ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା
ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ମା’ ବଗଳାମୁଖୀ ମନ୍ଦିର ନିକଟରେ ବର୍ଷା ଯୋଗୁଁଁ ଏକ କାର ନଦୀରେ ଭାସିଯିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି।
ମଧ୍ୟପ୍ରଦେଶରେ ଚାଲିଗଲା ୭ ଓଡିଆଙ୍କ ସହ ୮ ଜୀବନ। ଅଧାବାଟରେ ଜଗି ବସିଥିଲା ମୃତ୍ୟୁ। ନାଳ ପାର୍ ବେଳେ କାର୍ ଭାସି ଯାଇ ୨ ମହିଳା, ୩ ପୁରୁଷ ଓ ୩ ଶିଶୁଙ୍କ ଜୀବନ ଚାଲିଯାଇଛି। ନାଲଖେଡା ଜିଲ୍ଲାର ମା’ ବଗଳାମୁଖୀ ମନ୍ଦିର ନିକଟରେ ଏକ ପ୍ରଖର ସ୍ରୋତ ଥିବା ବର୍ଷା ଜଳ ଭର୍ତ୍ତି ନାଳରେ କାର ଭାସି ଯାଇ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଆଠ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ସମସ୍ତ ମୃତକ ଓଡ଼ିଶା ଭୁବନେଶ୍ୱର ଜୟଦେବବିହାରର ବାସିନ୍ଦା ବୋଲି ଜଣାପଡ଼ିଛି। ଗାଡି ଚାଳକ, ୭ ଓଡିଆଙ୍କ ମଧ୍ୟରେ ପୁଅ, ନାତି, ନାତୁଣୀ, ଝିଅ, ଜ୍ୱାଇଁ, ନାତୁଣୀ, ଅବିବାହିତ ଝିଅ(କିଛି ଦିନ ପରେ ହୋଇଥା’ନ୍ତା ରିଙ୍ଗ୍ ସେରିମନି), ପରିବାର ଅନ୍ୟ ସଦସ୍ୟ ମଧ୍ୟ ମୃତ।
ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନେ ନାଲଖେଡାର ମା’ ବଗଳାମୁଖୀ ମାତା ମନ୍ଦିର ଦର୍ଶନ ପାଇଁ ଉଜ୍ଜୟିନୀରୁ ଏକ ଟ୍ୟାକ୍ସି ଭଡ଼ା କରିଥିଲେ। ଦର୍ଶନ ପରେ ଫେରୁଥିବା ସମୟରେ ପ୍ରବଳ ବର୍ଷା ଯୋଗୁଁଁ ମନ୍ଦିର ନିକଟରେ ଥିବା ବର୍ଷା ଜଳ ନାଳରେ ପ୍ରବାହିତ ହୋଇଯାଇଥିଲା ଏବଂ ପ୍ରବଳ ସ୍ରୋତରେ କାରଟି ଭାସି ଯାଇଥିଲା।