୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି,କାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ଦେଖା ଦେଇଥିଲା ବିବାଦ

୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।  ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି ।  ନୀତିକାନ୍ତି ସ୍ବାଭାବିକ ନେଇ ବ୍ରାହ୍ମଣ ନିଯୋଗ ସଭାପତି ଦେଇଛନ୍ତି ସୂଚନା।  କାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ବିବାଦ ଦେଖା ଦେଇଥିଲା। ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗ ବିବାଦରୁ ବନ୍ଦ ଥିଲା ନୀତିକାନ୍ତି।

କାଲି ରାତିରୁ ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ। ବିବାଦକୁ ନେଇ ଆଜି ବୈଠକ ବସିଥିଲା ।  ଖୋର୍ଦ୍ଧା ଜିଲ୍ଲା ADM ତଥା ଲିଙ୍ଗରାଜ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ବୋର୍ଡ, ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟରେ ବୈଠକ ହୋଇଥିଲା ।  ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା।  ଆପୋଷ ବୁଝାମଣା ମାଧ୍ୟମରେ ନୀତି ସମ୍ପାଦନ କରିବାକୁ ମନ୍ଦିର ପରିଚାଳନା କମିଟି ନିବେଦନ କରିଥିଲା।

Leave a comment