ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ । ତଦନ୍ତ ପରେ NHRC ଟିମ୍ ସଦସ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି । ଦୁଇଟି ଦିଗ ପ୍ରତି NHRC ଟିମ୍ ତଦନ୍ତ କରୁଥିଲେ । ଗୋଟିଏ ସୌମ୍ୟ ହତ୍ୟା ମାମଲା ଓ ଏବଂ ଅନ୍ୟଟି ସୌମ୍ୟଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ନେଇ ଅଭିଯୋଗ ହୋଇଥିଲା ।ସେପଟେ ସୌମ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଆସିଲା ସାଙ୍ଘାତିକ ତଥ୍ୟ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଜଣେ ଯୁବତୀଙ୍କ ଅଡିଓ କ୍ଲିପ୍ । ଏହି ଅଡିଓରେ ସୌମ୍ୟ ଏବଂ ତାଙ୍କ ସାଙ୍ଗ ଓମ୍ଙ୍କ ବିବାଦ ସମ୍ପର୍କରେ ଖୁଲାସା କରିଛନ୍ତି ଯୁବତୀ ଜଣଙ୍କ । ଅଡିଓରେ ଓମ୍ଙ୍କୁ ନେଇ ଅନେକ କଥା କହୁଛନ୍ତି ଯୁବତୀ ।ଆହୁରି ମଧ୍ୟ ସତ୍ୟବିହାର ସ୍ଥିତ ଜିମ୍କୁ ନେଇ ଉଭୟ ସୌମ୍ୟ ଏବଂ ଓମ୍ଙ୍କର ହୋଇଥିଲା ବିବାଦ । ଟଙ୍କା ନେଣଦେଣକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା । ଅଡିଓ କ୍ଲିପ୍ରେ ବୁବୁ, ମାମା ଏବଂ ପ୍ରଦୀପ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କିଏ ଏହି ଯୁବତୀ ? ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକତା ରହିଛି । ସୌମ୍ୟଙ୍କ ସହ ଏହି ଯୁବତୀଙ୍କ ସମ୍ପର୍କ କ’ଣ, ତାର ବି ତଦନ୍ତ ହେବା ଜରୁରୀ । ଏହି ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କଲେ ସୌମ୍ୟ ହତ୍ୟା ରହସ୍ୟ ଉପରୁ ପରଦା ହଟିପାରିବ ବୋଲି କୁହାଯାଉଛି ।