ବିଶ୍ବବ୍ୟାପୀ ୩,୩୦୦ କର୍ମଚାରୀଙ୍କୁ ଛଟେଇ କରିବ ଉବର୍‌

ଉବର୍‌ ଟେକ୍ନୋଲୋଜିସ୍‌ ବିଶ୍ବବ୍ୟାପୀ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ। କମ୍ପାନିରେ ହେବାକୁ ଯାଉଥିବା ଢାଞ୍ଚାଗତ ପରିବର୍ତ୍ତନରେ ବିଶ୍ବବ୍ୟାପୀ ୩,୩୦୦ କର୍ମଚାରୀ ପ୍ରଭାବିତ ହେବେ। କମ୍ପାନିର ସିିଇଓ ଦାରା ଖର୍ସୋସ୍ବାହି କହିଛନ୍ତି ଯେ କିଛି ଛୋଟ ବ୍ୟବସାୟ ଆମକୁ ଆଉ ବିଶେଷ ଫାଇଦା ଦେଉନାହିଁ। କର୍ମଚାରୀ ସଂଖ୍ୟାରେ ହ୍ରାସ ଦ୍ବାରା ପ୍ରବନ୍ଧକ ସଂଖ୍ୟା ୨୦ ପ୍ରତିଶତ କମିଯିବ। କିଛି କର୍ମଚାରୀଙ୍କୁ ନୂଆ ଭୂମିକା ପ୍ରଦାନ କରାଯିବ।କମ୍ପାନି ଏହାର ମୂଳ ଇଞ୍ଜିନିୟରିଂ, ବିଜ୍ଞାନ ଓ ଡେଲିଭରି ଗ୍ରୁପ୍‌ ଟିମ୍‌ରେ ମଧ୍ୟ ପରିବର୍ତ୍ତନ କରୁଛି। କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ କାମ କରିବାକୁ କମ୍ପାନି କହିଛି। କେବଳ ୧ ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟ ବାହାରୁ କାମ କରିପାରିବେ ବୋଲି ଉବର୍‌ ସ୍ପ‌ଷ୍ଟ କରିଛି। କମ୍ପାନିର ସିଇଓ ଶ୍ରୀ ଖ‌ର୍ସୋସ୍ବାହି କହିଛନ୍ତି ଯେ ଏହି ଛଟେଇ ଦ୍ବାରା ଯେଉଁ ସଞ୍ଚୟ ହେବ ସେହି ରାଶିକୁ ଅଭିବୃଦ୍ଧି, ନବସୃଜନ ଓ ଦକ୍ଷତା ବୃଦ୍ଧିରେ ପୁନଃ ବିନିଯୋଗ କରାଯିବ।ସାରା ବିଶ୍ବରେ ଡ୍ରାଇଭର, କୋରିଅର ଓ ବ୍ୟବସାୟୀଙ୍କ ଉପରେ ନିବେଶ ହେବ। ଉବର୍‌ ଆଗାମୀ ଦିନରେ ରୋବୋଟାକ୍ସିରେ ୧୦ ବିଲିଅନ ଡଲାର ନିବେଶ କରିବାକୁ ଘୋଷଣା କରିଛି।

Leave a comment