Philips S7221 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ, ଜାଣନ୍ତୁ ଫିଚର୍ସ
Philips S7221 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ କରିଛି । ହୋମ୍ ଆପ୍ଲେୟେନ୍ସ ଏବଂ ଅଡିଓ ଡିଭାଇସେଜ୍ ତିଆରି କରିବା ପାଇଁ କମ୍ପାନୀ ବଜେଟ୍ ଫ୍ରେଣ୍ଡଲି ପ୍ରଥମ 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ କରିଛି । ଏହି ଫୋନରେ ୬୪MP କ୍ୟାମେରା ଏବଂ ୫୭୦୦mAhର ବ୍ୟାଟେରୀ ପ୍ରଦାନ କରିଛି । କମ୍ପାନୀ କିଛି ସମୟ ପୂର୍ବରୁ ଏହି ଫୋନକୁ ଇ-କମର୍ସ ୱେବସାଇଟ୍ Amazon ରେ ତାଲିକାଭୁକ୍ତ କରିଛି । ଏହା Amazon ମାଧ୍ୟମରେ ଭାରତରେ ବିକ୍ରି ହେବ ।
ଫିଚର୍ସ :
Philipsର ଏହି ବଜେଟ୍ ଫ୍ରେଣ୍ଡଲି 5G ସ୍ମାର୍ଟଫୋନରେ 6.67-ଇଞ୍ଚ LCD ଡିସପ୍ଲେ ରହିଛି । ଯାହା HD+ ରିଜୋଲ୍ୟୁସନ୍ ସପୋର୍ଟ କରିଥାଏ । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ । ଏଥିରେ ଏକ ସେଣ୍ଟର-ଆଲାଇନ୍ଡ୍ ପଞ୍ଚ-ହୋଲ୍ ଡିଜାଇନ୍ ମଧ୍ୟ ରହିଛି । ଡିସପ୍ଲେର ରିଜୋଲ୍ୟୁସନ୍ ୭୨୦ x ୧୬୦୦ ପିକ୍ସେଲର ରହିଛି । ଯାହା ଏକ ସ୍ପ୍ରେଡଟ୍ରମ୍ T765 ଅକ୍ଟା-କୋର୍ ଚିପସେଟ୍ ଦ୍ୱାରା ପରିଚାଳିତ । ଏହି ଫୋନରେ 8GB RAM ଏବଂ 128GB ଷ୍ଟୋରେଜ୍ ରହିଛି । ଏହି ଫୋନର ଷ୍ଟୋରେଜକୁ ମାଇକ୍ରୋଏସ୍ଡି କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ ।
Philips ଏହି 5G ସ୍ମାର୍ଟଫୋନକୁ IP64 ରେଟିଂ ଦିଆଯାଇଛି । ଯାହା ଦ୍ବାରା ଏହା ପାଣି ଛିଟା ଏବଂ ଡଷ୍ଟକୁ ପ୍ରୋଟେକ୍ଟ କରି ରଖିଥାଏ । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଏବଂ LED ଫ୍ଲାସ୍ ଦିଆଯାଇଛି । ଏଥିରେ ୬୪MP କ୍ୟାମେରା ସୁବିଧା ପ୍ରଦାନ କରାଯାଇଛି । ଏହା ସହିତ, ଫୋନରେ ସେକେଣ୍ଡାରୀ କ୍ୟାମେରା ଉପଲବ୍ଧ ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬MP କ୍ୟାମେରା ସହିତ ୫୭୦୦mAh ବ୍ୟାଟେରୀ ଏବଂ ୨୫W USB ଟାଇପ୍ C ଚାର୍ଜିଂ ସୁବିଧା ଦେଇଛି । ଏହି ଫୋନଟି Android 16 ଅପରେଟିଂ ସିଷ୍ଟମରେ କାମ କରେ ଏବଂ ଡୁଆଲ୍ SIM କାର୍ଡକୁ ସପୋର୍ଟ କରିଥାଏ ।
Philipsର ପ୍ରଥମ 5G ଫୋନ୍ ଭାରତରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ 6GB RAM + 128GB ଏବଂ 8GB RAM + 128GB ରେ ଲଞ୍ଚ ହୋଇଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ୨୦,୪୯୯ ଟଙ୍କାର ରହିଥିବାବେଳେ ଟପ୍ ଭାରିଆଣ୍ଟର ମୂଲ୍ୟ ୨୨,୪୯୯ଟଙ୍କା ରହିଛି । ଏହି ଫୋନ୍ର ବିକ୍ରୟ ଆଜି ଅର୍ଥାତ୍ ସେପ୍ଟେମ୍ବର ୨ ତାରିଖରୁ Amazon ରେ ଆରମ୍ଭ ହୋଇଛି । କମ୍ପାନୀ ଏହି ଫୋନ୍ରେ କିଣିବା ଉପରେ ୩୦୦୦ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ଫୋନକୁ ୟୁଜର୍ସ ତିନୋଟି କଲର ଅପ୍ସନ ଗ୍ରେ, ବ୍ଲାକ୍ ଏବଂ ବ୍ଲୁରେ ପାଇପାରିବେ ।