୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା,ଆସନ୍ତାବର୍ଷ ମୋଟ୍ ୨୯ଟି ଛୁଟି
୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା କରାଯାଇଛି । ଆସନ୍ତାବର୍ଷ ମୋଟ୍ ୨୯ଟି ଛୁଟି ମିଳିବ । ୬ଟି ଛୁଟି ଦ୍ଵିତୀୟ ଓ ଚତୁର୍ଥ ଶନିବାର କିମ୍ବା ରବିବାର ପଡ଼ୁଥିବାରୁ ସେଗୁଡ଼ିକ ଘୋଷଣା କରାଯାଇ ନାହିଁ । ଏହା ବାଦ୍ ୪ଟି ଅପ୍ସନାଲ୍ ଛୁଟି ତାଲିକା ଜାରି ହୋଇଛି । ରାଜସ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରି ମାସରେ ଦୁଇଟି ଛୁଟି ମିଳିବ- ମକର ସଂକ୍ରାନ୍ତି ୧୪ ରେ ଓ ସାଧାରଣତନ୍ତ୍ର ଦିବସ ୨୬ରେ । ଫେବ୍ରୁଆରି ୧୧ ତାରିଖରେ ବସନ୍ତ ପଞ୍ଚମୀ ଛୁଟି ରହିଛି ।
ମାର୍ଚ୍ଚ ମାସରେ ପାଞ୍ଚଟି ଛୁଟି ରହିଛି । ମାର୍ଚ୍ଚ ୬ରେ ମହାଶିବରାତ୍ରୀ, ୧୦ରେ ଇଦ୍-ଉଲ୍-ଫିତର, ୨୨ରେ ର ଦୋଳ ପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ଼ ଫ୍ରାଇଡେ । ଏପ୍ରିଲ୍ରେ ତିନିଟି ଛୁଟି-୧ରେ ଉତ୍କଳ ଦିବସ, ୧୪ରେ ଆମ୍ବେଦକର ଜୟନ୍ତୀ/ମହାବିଷୁବ ସଂକ୍ରାନ୍ତି ଓ ୧୫ରେ ଶ୍ରୀରାମ ନବମୀ । ମେ’ ୧୭ରେ ଇଦ୍-ଉଲ୍ -ଜୁହା ଏବଂ ୨୦ରେ ବୁଦ୍ଧ ଜୟନ୍ତୀ/ବୈଶାଖ ପୂର୍ଣ୍ଣିମା / ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ । ଜୁନ୍ ମାସରେ ୪ଟି ଛୁଟି ମିଳିବ- ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ୍ । ଜୁଲାଇ ୫ ତାରିଖରେ ରଥଯାତ୍ରା ଛୁଟି ରହିଛି । ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି ।
ସେପ୍ଟେମ୍ବରରେ ତିନିଟି ଛୁଟି- ୪ରେ ଗଣେଷ ପୂଜା, ୬ରେ ନୂଆଖାଇ(ପରଦିନ) ୩୦ରେ ମହାଳୟା । ଅକ୍ଟୋବରରେ ସର୍ବାଧିକ ୬ ଦିନ ଛୁଟି ରହିଛି । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରେ ମହାସପ୍ତମୀ, ୭ରେ ମହାଅଷ୍ଟମୀ, ୮ରେ ମହାନବମୀ, ମୀ, ୧୫ରେ କୁମାର ପୂର୍ଣ୍ଣିମା ଓ ୨୯ରେ ଦୀପାବଳି । ନଭେମ୍ବର ଓ ଓ ଡିସେମ୍ବର ମାସରେ ଆଦୌ ଛୁଟି ନାହିଁ । ଜାନୁଆରି ୨୩ରେ ସୁଭାଷ ବୋଷ / ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଚତୁର୍ଥ ଶନିବାର, ଅଗଷ୍ଟ ୧୫ ସ୍ବାଧୀନତା ଦିବସ ରବିବାର, ସେପ୍ଟେମ୍ବର ୯ରେ ନୂଆଖାଇ ରବିବାର, ଅକ୍ଟୋବର ୧୦ରେ ବିଜୟା ଦଶମୀ ରବିବାର, ନଭେମ୍ବର ୧୪ରେ ରାହାସ ରବିବାର ଏବଂ ଡିସେମ୍ବର ୨୫ରେ ବଡ଼ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନଗୁଡ଼ିକୁ ତନ୍ତ୍ର ଛୁଟି ଘୋଷଣା କରାଯାଇନାହିଁ ।
ଚାରିଟି ଇଚ୍ଛାଧୀନ ଛୁଟିଗୁଡ଼ିକ ହେଲା ଜାନୁଆରି ୧୫ରେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ଜୁଲାଇ ୧୩ରେ ବାହୁଡ଼ା ଯାତ୍ରା, ଅଗଷ୍ଟ ୨୦ରେ ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ ଓ ଡିସେମ୍ବର ୨୪ରେ ବଡ଼ଦିନ ପୂର୍ବ ଦିବସ । ଏହା ମଧ୍ୟରୁ ଯେ କୌଣସି ଗୋଟିଏ ଛୁଟ କର୍ମଚାରୀମାନେ ନେଇପାରିବେ । ଇଚ୍ଛାଧୀନ ଛୁଟି ଭାବେ ଘୋଷଣା ହେଉଥିବ ଆଉ ୫ଟି ଉତ୍ସବ ଚତୁର୍ଥ ଶନିବାର ଓ ରବିବାର ପଡ଼ୁଥିବାରୁ ତାହାକୁ ତାଲିକାଭୁକ୍ତ କରାଯାଇ ନାହିଁ ।