ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୧୮ଟି ଦୁର୍ଗମ ଗ୍ରାମରେ ସ୍ୱାସ୍ଥ୍ୟସେବା ଯୋଗଇଲା ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍‌

ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍‌ (ଏମ୍‌ଏଚ୍‌ୟୁ) ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୧୮ଟି ଦୁର୍ଗମ ଗ୍ରାମର ୫୦,୦୦୦ରୁ ଅଧିକ ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି । ଗତ ତିନି ବର୍ଷରେ କମ୍ପାନି ୩୦୦୦ ରୁ ଅଧିକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିଛି। ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍‌ ଜରିଆରେ ମାଗଣା ଚିକିତ୍ସା ପରାମର୍ଶ, ମ୍ୟାଲେରିଆ ଓ ଋତୁକାଳୀନ ରୋଗ ନୀରିକ୍ଷଣ, ଡାଇବେଟିସ୍‍ ପରୀକ୍ଷା ଓ ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରାଯାଉଛି। ସୁନ୍ଦରଗଡ ଜିଲ୍ଲାର ହେମଗିର ବ୍ଲକରେ ଏମ୍ଏଚ୍‌ୟୁଗୁଡ଼ିକ ଜାମଖାନୀ, ଝାରପାଲମ୍, ଗିରିସିମା, ଗର୍ଜନଜୋର, ଆର୍‌ଆଣ୍ଡ୍‌ଆର୍ କଲୋନି, ଘୋଘରପଲ୍ଲୀ, ମୁଣ୍ଡେରଖେତ୍, ଲତାପାଣି, ଭୋଗ୍ରାକାଚର ଓ ବିଲେଇମୁଣ୍ଡା ଏବଂ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ କୁରାଲୋଇ, ବଞ୍ଜାରୀ, ବାରତାପ୍, ପିପିଲିମାଳ ଓ କାଟୁଜୋର ଆଦିରେ ସେବା ପ୍ରଦାନ କରିଛି।

Leave a comment