ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ , ଶିଶୁ ମୃତ
ରୋଗୀଙ୍କୁ ହୋଇଥିଲା ଜର, ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ଧାମନଗର ଥାନା ଦଲାଙ୍ଗ ଗ୍ରାମର ପୁରୁଷୋତ୍ତମ ତ୍ରିପାଠୀ ନିଜ ପୁତୁରା ଜରରେ ଆକ୍ରାନ୍ତ ହୋଇ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଥିବା ଡାକ୍ତର ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଏବଂ ଇଞ୍ଜେକ୍ସନ ଲେଖିଥିଲେ । ସେଠାରେ ଥିବା ନର୍ସଙ୍କୁ ପ୍ରେସକ୍ରିପସନ ଦେଖାଇଲା ପରେ ଭୁଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିଲେ । ସେତବେଳେ ପୁରୁଷୋତ୍ତମ ପ୍ରତିବାଦ କରିଥିଲେ ମଧ୍ୟ ନର୍ସ ଜଣଙ୍କ କିଛି ଶୁଣି ନ ଥିଲେ । ପୁରୁଷୋତ୍ତମ ନିଜ ପୁତୁରାକୁ ଘରକୁ ଆଣିବା ପରେ ସେ ଯନ୍ତ୍ରଣା ପାଇଥିଲେ । ଶିଶୁ ଟିକୁ ତୁରନ୍ତ ଯାଜପୁରକୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଶିଶୁଟି ସୁସ୍ଥ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଡାକ୍ତର ଓ ନର୍ସ ଏସମ୍ପର୍କ ରେ କିଛି ପତିକ୍ରିୟା ଦେଇନାହାନ୍ତି ।