ମେଡିକାଲରେ ମିଳୁଛି ପୋକରା ଔଷଧ

ମେଡିକାଲରେ ମିଳୁଛି ପୋକରା ଔଷଧ । ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଲା ପୋକ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଉଦଳା ଥାନା ବେଗୁନିଆଡିହା ଅଂଚଳରୁ । ବେଗୁନିଆ ଡିହା ଗ୍ରାମର ରାଜା ହେମ୍ବ୍ରମଙ୍କ ୯ ବର୍ଷ ନାବାଳକ ପୁଅଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ଯେଉଁଥି ପାଇଁ ଗତ ୮ ତାରିଖ ସେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ । ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଔଷଧ ଖାଉଥିଲେ । ହେଲେ ତିନି ଦିନ ପରେ ଅଚାନକ ସକାଳୁ ଔଷଧ ଖାଇବା ସମୟରେ ଆଣ୍ଟିଵାୟୋଟିକ ଔଷଧ ସିଲ ଖୋଲି ବଟିକା ବାହାର କରିଥିଲେ । କିନ୍ତୁ ସିଲ ଭିତରୁ ବାହାରିଥିଲା ପୋକ । ଏପରିକି ବଟିକାରେ ଗାତ ମଧ୍ୟ ହୋଇଯାଇଥିଲା । ଯାହା ଦେଖିବା ପରେ ପରିବାର ଲୋକେ ଔଷଧ ଖାଇବାକୁ ବାରଣ କରିଥିଲେ ଏବଂ ସେବେଠାରୁ ତାଙ୍କର ଔଷଧ ଖାଇବା ବନ୍ଦ ହୋଇଛି । ତେବେ ଏଭଳି ପୋକରା ଔଷଧ ନିରାମୟ କେନ୍ଦ୍ରରୁ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

Leave a comment