ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE,୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ

ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE । ଆକ୍ସନ ମୋଡ଼ରେ ଜୟପୁର ଭିଜିଲାନ୍ସ । କୋରାପୁଟ ପୂର୍ବତନ ITDA ରେ ଆସିଷ୍ଟାଣ୍ଡ ଏଗଜ୍ୟୁକେଟିଭ୍ ଇଞ୍ଜିନିୟର ସଞ୍ଜୟ କିସପଟାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ଜୟପୁର ଓ ରାଉରକେଲାରେ ଚଢ଼ାଉ କରୁଛି ଟିମ୍ । ବାବୁ ଜଣଙ୍କ ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି  ।  ଭିଜିଲାନ୍ସର ମୋଟ ୪ଟି ଟିମ୍ ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘର ସମେତ କୋରାପୁଟର ଦୁଇଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । କୋରାପୁଟ ଭଡା ଘର ଏବଂ ଏକ ହୋଟେଲରେ ପଚରା ଉଚରା କରୁଛି ଜୟପୁର ଭିଜିଲାନ୍ସର ଦୁଇଟି ଟିମ ।

ସେହିପରି ଗତକିଛି ଦିନ ତଳେ ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ୍ ରାଉତ ଧରାପଡ଼ିଛନ୍ତି । ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ଟିମ ଛାନଭିନ୍ କରିଥିଲା । ତଲାସି ବେଳେ ମୋଟ ୪ ଲକ୍ଷ ୯୦ ହଜାର ନଗଦ ଟଙ୍ଗା ଜବତ କରାଯାଇଥିଲା ।

Leave a comment