ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର ମଧ୍ୟ କାମ କରେ । ପ୍ରୋଟିନ୍ ଏବଂ ଆଇରନ୍ରେ ଭରପୂର ଏହି ପରିବାରେ କମ୍ କ୍ୟାଲୋରୀ ଥିବା ସଙ୍ଗେ ସଙ୍ଗେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ପରିମାଣରେ ଥାଏ, ତେଣୁ କାଙ୍କଡ଼ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ସଂକ୍ରମଣକୁ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଆସନ୍ତୁ କାଙ୍କଡ଼ର ଉପକାରିତା ସମ୍ବନ୍ଧରେ ଅଧିକ ଜାଣିବା । ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ କାଙ୍କଡ଼ ବହୁତ ଲାଭଦାୟକ । HealthbenefitsTimes ର ଏକ ରିପୋର୍ଟ ଅନୁସାରେ , କାଙ୍କଡ଼ ସିଝା ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରାଯାଇପାରେ । ମୌସୁମୀ ସମୟରେ ଲୋକମାନେ ପ୍ରାୟତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ସାଧାରଣ ଭାଇରାଲ୍ ସଂକ୍ରମଣରେ ପୀଡ଼ିତ ହୁଅନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟରେ କାଙ୍କଡ଼ ଖାଇପାରିବେ । ଏହି ପରିବାରେ ଆଣ୍ଟି-ଆଲର୍ଜି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ତେବେ ଖାଲି ଶରୀର ପାଇଁ ନୁହେଁ ତ୍ବଚା ପାଇଁ ମଧ୍ୟ ଭାରି ଭଲ କାଙ୍କଡ଼ । ସତେଜ କାଙ୍କଡ଼ ରସକୁ ଚର୍ମରେ ଲଗାଇବା ଦ୍ୱାରା ପିମ୍ପଲ୍ ଏବଂ ବ୍ରଣ ଭଲ ହୋଇଥାଏ । ଏହାଛଡ଼ା ଅନ୍ୟାନ୍ୟ ଚର୍ମ ସମସ୍ୟା ପାଇଁ ଏହାର ଭଜା ମଞ୍ଜି ଲାଭଦାୟକ ହୋଇଥାଏ । କାଙ୍କଡ଼ ପ୍ରକୃତରେ ଏକ ଥଣ୍ଡା ପରିବା ଯାହା ଖାଇବା ଦ୍ବାରା ହଜମ ସହଜରେ ହୋଇଥାଏ । ଏହାର ମଣ୍ଡ ଏବଂ ମଞ୍ଜିରେ ଫାଇବର ଭରପୂର ମାତ୍ରାରେ ଥାଏ ଯାହା ଗ୍ୟାଷ୍ଟ୍ରିକ୍ ଅଲସର, ହେମୋରୋଇଡ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ । କାଙ୍କଡ଼ ହେଉଛି ଏକ କମ୍ କ୍ୟାଲୋରୀଯୁକ୍ତ ପରିବା । ଯାହା ଶରୀରର ଅତିରିକ୍ତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ଖାଦ୍ୟରେ କାଙ୍କଡ଼ର ବ୍ୟବହାର ନିହାତି କରନ୍ତୁ ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା