ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର ମଧ୍ୟ କାମ କରେ । ପ୍ରୋଟିନ୍ ଏବଂ ଆଇରନ୍ରେ ଭରପୂର ଏହି ପରିବାରେ କମ୍ କ୍ୟାଲୋରୀ ଥିବା ସଙ୍ଗେ ସଙ୍ଗେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ପରିମାଣରେ ଥାଏ, ତେଣୁ କାଙ୍କଡ଼ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ସଂକ୍ରମଣକୁ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଆସନ୍ତୁ କାଙ୍କଡ଼ର ଉପକାରିତା ସମ୍ବନ୍ଧରେ ଅଧିକ ଜାଣିବା । ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ କାଙ୍କଡ଼ ବହୁତ ଲାଭଦାୟକ । HealthbenefitsTimes ର ଏକ ରିପୋର୍ଟ ଅନୁସାରେ , କାଙ୍କଡ଼ ସିଝା ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରାଯାଇପାରେ । ମୌସୁମୀ ସମୟରେ ଲୋକମାନେ ପ୍ରାୟତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ସାଧାରଣ ଭାଇରାଲ୍ ସଂକ୍ରମଣରେ ପୀଡ଼ିତ ହୁଅନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟରେ କାଙ୍କଡ଼ ଖାଇପାରିବେ । ଏହି ପରିବାରେ ଆଣ୍ଟି-ଆଲର୍ଜି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ତେବେ ଖାଲି ଶରୀର ପାଇଁ ନୁହେଁ ତ୍ବଚା ପାଇଁ ମଧ୍ୟ ଭାରି ଭଲ କାଙ୍କଡ଼ । ସତେଜ କାଙ୍କଡ଼ ରସକୁ ଚର୍ମରେ ଲଗାଇବା ଦ୍ୱାରା ପିମ୍ପଲ୍ ଏବଂ ବ୍ରଣ ଭଲ ହୋଇଥାଏ । ଏହାଛଡ଼ା ଅନ୍ୟାନ୍ୟ ଚର୍ମ ସମସ୍ୟା ପାଇଁ ଏହାର ଭଜା ମଞ୍ଜି ଲାଭଦାୟକ ହୋଇଥାଏ । କାଙ୍କଡ଼ ପ୍ରକୃତରେ ଏକ ଥଣ୍ଡା ପରିବା ଯାହା ଖାଇବା ଦ୍ବାରା ହଜମ ସହଜରେ ହୋଇଥାଏ । ଏହାର ମଣ୍ଡ ଏବଂ ମଞ୍ଜିରେ ଫାଇବର ଭରପୂର ମାତ୍ରାରେ ଥାଏ ଯାହା ଗ୍ୟାଷ୍ଟ୍ରିକ୍ ଅଲସର, ହେମୋରୋଇଡ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ । କାଙ୍କଡ଼ ହେଉଛି ଏକ କମ୍ କ୍ୟାଲୋରୀଯୁକ୍ତ ପରିବା । ଯାହା ଶରୀରର ଅତିରିକ୍ତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ଖାଦ୍ୟରେ କାଙ୍କଡ଼ର ବ୍ୟବହାର ନିହାତି କରନ୍ତୁ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ