ସରକାରଙ୍କ ଆଶ୍ୱାସନା ଓ ଦୁଇ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୧ ଦିନ ଧରି ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ
ସ୍ଥଗିତ ରହିଲା ଶିକ୍ଷକଙ୍କ ଆନ୍ଦୋଳନ । ସରକାରଙ୍କ ଆଶ୍ୱାସନା ଓ ଦୁଇ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୧ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଗତକାଲି ସଂଧ୍ୟାରେ ୮ଟି ସଂଘର ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ଆନ୍ଦୋଳନକାରୀ ଶିକ୍ଷକଙ୍କ ପକ୍ଷରୁ କୁହାଯାଇଛି । ଶିକ୍ଷକଙ୍କ ଦାବି ସମ୍ପର୍କିତ କମିଟି ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିଛି ଏବଂ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନିଆଯାଉ ବୋଲି ଦାବି ରଖାଯାଇଛି । ଏଥିସହ ସରକାରଙ୍କୁ ଦାବି ପୂରଣ ପାଇଁ ୧୫ ଦିନର ମହଲତ୍ ଦେଇଛି ଶିକ୍ଷକ ସଂଘ। ଦାବି ପୂରଣ ନହେଲେ ବା ଠୋସ୍ ନିଷ୍ପତ୍ତି ନିଆ ନଗଲେ, ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ସମୟରେ ପୁନର୍ବାର ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଶିକ୍ଷକ ।