ଟ୍ରୋଲର ଶୀକାର ହେଲେ ଅଭିନେତ୍ରୀ କରୀନା କପୁର
ମୁମ୍ବାଇ ଏୟାରପୋର୍ଟରେ କରୀନା କପୁରଙ୍କ ଖାନଙ୍କ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ବାରା ଅଭିନେତ୍ରୀ ଟ୍ରୋଲର ଶୀକାର ହୋଇଛନ୍ତି ।
ଏହି ଭାଇରାଲ ଭିଡିଓରେ କରୀନା କପୁର ଚେକ୍ ଇନ୍ ଲାଇନ ଭାଙ୍ଗି ସିଧାସଳଖ ଭିତରକୁ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବିତର୍କ ସୃଷ୍ଟି କରିଛି । ଏଥିସହ ସେଲିବ୍ରିଟିଙ୍କ ଖାସ୍ ଟ୍ରିଟମେଣ୍ଟ ହେଉଥିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିୟମ ଭାଙ୍ଗିବାକୁ ନେଇ ଲୋକମାନେ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଭିଡିଓରେ କରୀନାଙ୍କୁ ଏକ ପିଚ୍ କଲରର ସୁଟ୍ ଏବଂ ସାଲାୱାରରେ ଦେଖିବାକୁ ମିଳିଛି ।ଏଥିସହ ସେ ଏକ ମୋଟା ଫ୍ରେମର ଚଷମା ମଧ୍ୟ ପିନ୍ଧିଥିବା ନଜର ଆସିଛନ୍ତି । ଏହି ଭିଡିଓ ଭାଇରଲ ହେବା ପରେ ଲୋକମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଏହି ଭିଡିଓକୁ ନେଇ କରୀନାଙ୍କୁ ଟ୍ରୋଲ କରିବା ପରେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।