ପର୍ଯ୍ୟଟକ ଓ ମନୋରଞ୍ଜନପ୍ରେମୀଙ୍କ ପାଇଁ ଖୁସି ଖବର, ଖୋଲିଛି କଳିଙ୍ଗ ଷ୍ଟୁଡିଓ,ଟିକେଟ୍ ଦର ତାଲିକା ଉପରେ ପକାନ୍ତୁ ନଜର

ପର୍ଯ୍ୟଟକ ଓ ମନୋରଞ୍ଜନପ୍ରେମୀଙ୍କ ପାଇଁ ଖୁସି ଖବର। ଖୋଲିଛି କଳିଙ୍ଗ ଷ୍ଟୁଡିଓ। ଏଠାକୁ ବୁଲିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଷ୍ଟୁଡିଓର ପ୍ରବେଶ ଟିକେଟ୍ ସହ ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣର ଟିକେଟ୍ ଦର ଓ ସମୟସୂଚୀ ସମ୍ପର୍କିତ ସୂଚନା ସାମ୍ନାକୁ ଆସିଛି।ତେବେ ପ୍ରଦର୍ଶିତ ହୋଇଥିବା ଟିକେଟ୍ ଦର ତାଲିକା ଅନୁଯାୟୀ, କଳିଙ୍ଗ ଷ୍ଟୁଡିଓର ସାଧାରଣ ପ୍ରବେଶ ଟିକେଟ୍ ଦାମ୍ ୨୦ ଟଙ୍କା ରହିଛି। ସ୍ନୋ ପାର୍କ ପ୍ରବେଶ ପାଇଁ ୧୫୦ ଟଙ୍କା, ୩ଡି ଚଳଚ୍ଚିତ୍ର ଦେଖିବା ପାଇଁ ୧୦୦ ଟଙ୍କା ଏବଂ ଆଡଭେଞ୍ଚର ଲ୍ୟାଣ୍ଡ ବା ଘୋଷ୍ଟ ହାଉସ୍ ପାଇଁ ୨୫ ଟଙ୍କା ଟିକେଟ୍ ଦର ଉଲ୍ଲେଖ ରହିଛି।

ଟିକେଟ୍ ଦର ତାଲିକା

– କଳିଙ୍ଗ ଷ୍ଟୁଡିଓ ପ୍ରବେଶ: ୨୦ ଟଙ୍କା

– ସ୍ନୋ ପାର୍କ ପ୍ରବେଶ: ୧୫୦ ଟଙ୍କା

– ମୁଭି ମ୍ୟାଜିକ୍ (୩ଡି ଚଳଚ୍ଚିତ୍ର): ୧୦୦ ଟଙ୍କା

– ଆଡଭେଞ୍ଚର ଲ୍ୟାଣ୍ଡ (ଘୋଷ୍ଟ ହାଉସ୍): ୨୫ ଟଙ୍କା

ସେହିପରି ସ୍ନୋ ହାଉସ୍ ପାଇଁ ରହିଛି ନିର୍ଦ୍ଦିଷ୍ଟ ସମୟସୂଚୀ କରାଯାଇଛି । ସ୍ନୋ ହାଉସ୍କୁ ଯିବା ପାଇଁ ସକାଳ ଓ ଅପରାହ୍ଣରେ ଅଲଗା ଅଲଗା ସ୍ଲଟ୍ ରଖାଯାଇଛି। ସକାଳ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ରହିଥିବା ବେଳେ, ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ ରହିଛି। ପ୍ରତ୍ୟେକ ସ୍ଲଟର ଅବଧି ୨୫ ମିନିଟ୍।

ସେହିପରି ଟିକେଟ୍ ସମ୍ପର୍କିତ କିଛି ନିୟମ ରଖାଯାଇଛି । ଷ୍ଟୁଡିଓର ସାଧାରଣ ପ୍ରବେଶ ଟିକେଟ୍ କେବଳ କ୍ୟାମ୍ପସ ପ୍ରବେଶ ପାଇଁ ଉଦ୍ଦିଷ୍ଟ। ସ୍ନୋ, ହରର୍ ଓ ମୁଭି ମ୍ୟାଜିକ୍ ପାଇଁ ଅଲଗା ଟିକେଟ୍ ଆବଶ୍ୟକ। ସ୍ନୋ ହାଉସ୍ରେ କେବଳ ଟିକେଟରେ ଉଲ୍ଲେଖିତ ନିର୍ଦ୍ଦିଷ୍ଟ ସମୟରେ ପ୍ରବେଶ ଅନୁମତି ରହିଛି। ଟିକେଟ୍ ଫେରସ୍ତ କିମ୍ବା ବଦଳ କରିବାର ସୁବିଧା ନଥିବା କଥା ମଧ୍ୟ ନିୟମାବଳୀରେ ଉଲ୍ଲେଖ କରାଯାଇଛି।

Leave a comment