ଆଜି ଦିନଟି ସାଧାରଣ ରହିବ
Aries (ମେଷ): ଆଜି ଦିନଟି ସାଧାରଣ ରହିବ । ବ୍ୟବସାୟିକ କ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ବଢ଼ିପାରେ । ଆୟ ବୃଦ୍ଧି ହେବା ସହ କଠିନ ପରିଶ୍ରମର ଉଚିତ ଫଳ ମିଳିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପାରିବାରିକ ଶାନ୍ତି ବଜାୟ ରଖିବାକୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପିଲା କିମ୍ବା ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ବନ୍ଧୁଙ୍କ ସହଯୋଗରେ ଚାକିରିର ନୂଆ ସୁଯୋଗ ମିଳିପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଅଯଥା ଯାତ୍ରାରୁ ଦୂରେଇ ରୁହନ୍ତୁ ।
Taurus (ବୃଷ): ଆଜି ଦିନଟି ମିଶ୍ରିତ ଫଳ ଦେବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । କୌଣସି କାମରେ ଯାତ୍ରା କରିବାକୁ ପଡ଼ିପାରେ । ନିଜ କ୍ରୋଧ ଓ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ । ବନ୍ଧୁମାନଙ୍କ ସହ ଭେଟଘାଟ ହେବା ସହ ସେମାନଙ୍କଠାରୁ ଲାଭ ମିଳିପାରେ । ତେବେ ଧନହାନି ଓ ପ୍ରତିଷ୍ଠା ହ୍ରାସର ଆଶଙ୍କା ରହିଛି । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କୌଣସି ଶୁଭ ଅବସରରେ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ ।
Gemini (ମିଥୁନ): ଆଜି ଦିନଟି ଭଲ ରହିବ । ବନ୍ଧୁଙ୍କ ସହଯୋଗରେ ବ୍ୟବସାୟିକ କାର୍ଯ୍ୟ ଅନୁକୂଳ ରହିବ । ପ୍ରମୁଖ ପ୍ରକଳ୍ପରେ ସଫଳତା ମିଳିପାରେ । ପୁରୁଣା ବନ୍ଧୁଙ୍କ ସହ ପୁଣି ସମ୍ପର୍କ ସ୍ଥାପନ ହେବ । ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ନିଜ କ୍ରୋଧ ନିୟନ୍ତ୍ରଣ କରିବା ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ବଢ଼ିପାରେ । ନୂଆ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ । ପରିବାରର ପୁରୁଣା ବିବାଦର ସମାଧାନ ହେବା ସହ ସମ୍ପର୍କ ଅଧିକ ମଜବୁତ ହେବ ।
Cancer (କର୍କଟ): ଆଜି ଦିନଟି ଶୁଭ ରହିବ । ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଲାଭର ସୁଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ବିତିବ । ପୈତୃକ ସମ୍ପତ୍ତିରୁ ଧନଲାଭ ହୋଇପାରେ । ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହେବାର ସମ୍ଭାବନା ରହିଛି । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଏବଂ ଉତ୍ସାହିତ ରହିବେ । ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ନୂଆ ପ୍ରକଳ୍ପ ଆରମ୍ଭ ପାଇଁ ଦିନଟି ଅନୁକୂଳ । ପିଲାମାନଙ୍କ ସହ ଖୁସିରେ ସମୟ କଟିବ । ବନ୍ଧୁମାନଙ୍କ ସହ ମନୋରଞ୍ଜନର ସୁଯୋଗ ମିଳିବ । ଆପଣଙ୍କ ଉତ୍ସାହ କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ ।
Leo (ସିଂହ): ଆଜି ଦିନଟି ଭଲ ରହିବ । ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । ଚାକିରି କିମ୍ବା ବ୍ୟବସାୟରେ ଉନ୍ନତିର ନୂଆ ସୁଯୋଗ ମିଳିପାରେ । ତେବେ ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ । ଆର୍ଥିକ କାରବାରରେ ସତର୍କ ରୁହନ୍ତୁ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଧାର୍ମିକ ପୂଜା କିମ୍ବା ଯାତ୍ରାରେ ଯୋଗ ଦେଇପାରନ୍ତି । ଅଫିସରେ ଅଧିକ କାର୍ଯ୍ୟଭାର ଯୋଗୁଁ କ୍ଳାନ୍ତି ଓ ମାନସିକ ଚାପ ଅନୁଭବ ହୋଇପାରେ । ପରିବାର ସହ ଅଧିକ ସମୟ ବିତାନ୍ତୁ । ଏହାଦ୍ୱାରା ସମ୍ପର୍କ ମଜବୁତ ହେବ ଏବଂ ମନ ପ୍ରଫୁଲ୍ଲ ରହିବ ।
Virgo (କନ୍ୟା): ଆଜି ଦିନଟି ସାଧାରଣ ରହିବ । ମନ ଅସ୍ଥିର ରହିବା ସହ ଶାରୀରିକ କ୍ଳାନ୍ତି ଅନୁଭବ ହୋଇପାରେ । ଆର୍ଥିକ ଲାଭ ହେଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଯାନବାହନର ମରାମତି ପାଇଁ ଅଧିକ ଅର୍ଥ ବ୍ୟୟ ହୋଇପାରେ । ନିଜ ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବନ୍ଧୁଙ୍କ ସହ ଭେଟଘାଟ ହେବ ଏବଂ ପରିବାରର ସମର୍ଥନ ମିଳିବ । କଥାବାର୍ତ୍ତାରେ ସଂଯମ ରଖନ୍ତୁ, ନଚେତ୍ ସମ୍ପର୍କରେ ତିକ୍ତତା ଆସିପାରେ । ଧାର୍ମିକ ଯାତ୍ରାର ଯୋଜନା ହୋଇପାରେ । ଅନ୍ୟମାନଙ୍କୁ ନିଃସ୍ୱାର୍ଥପର ଭାବେ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
Libra (ତୁଳା): ଆଜି ଦିନଟି ଭଲ ରହିବ । ଅପ୍ରତ୍ୟାଶିତ ଧନଲାଭର ସମ୍ଭାବନା ରହିଛି । ବନ୍ଧୁ ଓ ସହକର୍ମୀଙ୍କଠାରୁ ସହଯୋଗ ମିଳିବ । ଚାକିରି କରୁଥିବା ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଲାଭ ପାଇବେ । ନିଜ କାମ ପାଇଁ ପ୍ରଶଂସା ଓ ପରିଚିତି ମିଳିପାରେ । ପରିବାରରେ ଶାନ୍ତି ଓ ଖୁସି ବଜାୟ ରହିବ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ଖାଦ୍ୟପେୟରେ ସତର୍କ ରୁହନ୍ତୁ । ଘରେ ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତିବ । ଚିନ୍ତା କରି ନିଷ୍ପତ୍ତି ନେଲେ ମନରେ ସନ୍ତୋଷ ମିଳିବ । କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିପାରେ ।
Scorpio (ବିଛା): ଆଜି ଦିନଟି ଶୁଭ ରହିବ । ସମଗ୍ର ଦିନ ଉତ୍ସାହ ଓ ନୂଆ ଅନୁଭୂତିରେ ଭରି ରହିପାରେ । ଆପଣଙ୍କ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । ବନ୍ଧୁ ଓ ପ୍ରିୟଜନଙ୍କ ସହ ଭଲ ସମୟ ବିତିବ । ନୂଆ ଯାନ କିଣିବା କିମ୍ବା ଚଳାଇବାର ସୁଯୋଗ ମିଳିପାରେ । ଆର୍ଥିକ ଲାଭ ହେବା ସହ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ । ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିବ । ତେବେ ଶାରୀରିକ ଅସୁସ୍ଥତା କିମ୍ବା ମାନସିକ ଚିନ୍ତା ରହିପାରେ । ନିଜର ଯତ୍ନ ନିଅନ୍ତୁ ଏବଂ ପ୍ରିୟଜନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।
Sagittarius (ଧନୁ): ଆଜି ଦିନଟି ସାଧାରଣ ରହିବ । ଆର୍ଥିକ ଲାଭର ସୁଯୋଗ ଥିଲେ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ମିଳିପାରେ । ନିଜ କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ମତଭେଦ ଦେଖାଦେବା ସହ ମାନସିକ ଚାପ ବଢ଼ିପାରେ । ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ଆର୍ଥିକ ଯୋଜନା କରି ଚାଲନ୍ତୁ । ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିବ । ନୂଆ ବନ୍ଧୁ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ସହ ମିଶିବାରେ ସମୟ ବିତିବ । ଧୈର୍ଯ୍ୟ ଧରି କାମ କଲେ ପରିସ୍ଥିତି ସମ୍ଭାଳିପାରିବେ ।
Capricorn (ମକର): ଆଜି ଦିନଟି ଭଲ ରହିବ । ଅପ୍ରତ୍ୟାଶିତ ଧନଲାଭର ସମ୍ଭାବନା ରହିଛି । ପ୍ରିୟଜନଙ୍କ ସହ ସାକ୍ଷାତ ଆନନ୍ଦ ଦେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ । ବୈବାହିକ ଜୀବନ ସୁଖମୟ ହେବା ସହ ଦାନଧର୍ମରେ ମନ ଲାଗିପାରେ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି । କଥାବାର୍ତ୍ତାରେ ସନ୍ତୁଳନ ରଖନ୍ତୁ ଏବଂ ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଅବହେଳା କରନ୍ତୁ ନାହିଁ । ପିଲାମାନଙ୍କଠାରୁ ଶୁଭ ଖବର ମିଳିପାରେ । କଠିନ ପରିଶ୍ରମର ଫଳ ମିଳିବା ସହ ନିଜର ପରିଚୟ ପ୍ରତିଷ୍ଠା କରିବାର ସୁଯୋଗ ମିଳିବ । ଆତ୍ମବିଶ୍ୱାସର ସହ କାର୍ଯ୍ୟ କରନ୍ତୁ ।
Aquarius (କୁମ୍ଭ): ଆଜି ଦିନଟି ସାଧାରଣ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ, କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିବ । ବନ୍ଧୁ ଓ ପ୍ରିୟଜନଙ୍କ ସହ ଯାତ୍ରା କିମ୍ବା ଭ୍ରମଣର ଯୋଜନା ହୋଇପାରେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ନିଜ କ୍ରୋଧକୁ ନିୟନ୍ତ୍ରଣ କରି କଥାବାର୍ତ୍ତାରେ ସଂଯମ ରଖନ୍ତୁ । ପରିବାରରେ ଅଯଥା ଖର୍ଚ୍ଚ ଓ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନକାରାତ୍ମକ ଚିନ୍ତାଧାରା ଆପଣଙ୍କ କାମକୁ ପ୍ରଭାବିତ କରିପାରେ । ସାମାଜିକ କାର୍ଯ୍ୟକଳାପରେ ଭାଗ ନିଅନ୍ତୁ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଯୋଜନାବଦ୍ଧ ଭାବେ କାମ କଲେ ଆର୍ଥିକ ସ୍ଥିତିକୁ ସମ୍ଭାଳିପାରିବେ ।
Pisces (ମୀନ): ଆଜି ଦିନଟି ଲାଭଦାୟକ ରହିବ । ନିବେଶ ପାଇଁ ସମୟ ଅନୁକୂଳ ମନେହୋଇପାରେ, ତେବେ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟ ଓ ପଡ଼ୋଶୀଙ୍କ ସହ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ନଚେତ୍ ଛୋଟ କଥା ବଡ଼ ବିବାଦର ରୂପ ନେଇପାରେ । ଖର୍ଚ୍ଚ ବଢ଼ିପାରେ ଏବଂ ଚାକିରି ପରିବର୍ତ୍ତନର ସୁଯୋଗ ମିଳିପାରେ । ଘରେ ଶାନ୍ତି ଓ ଖୁସି ରହିବ ।